ପ୍ରଶାସନ ଓ ପୋଲିସ ମଧ୍ୟରେ ଫୁଟବଲ ମ୍ୟାଚ ପ୍ରଦର୍ଶନୀ

କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ)- ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ୭୩ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନ ସହିତ ଜିଲ୍ଲା ପୋଲିସର ଗୁରୁବାର ଅପରାହ୍ନରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଫୁଟବଲ ମ୍ୟାଚରେ ଜିଲ୍ଲା ପ୍ରଶାସନ ଓ ଫୁଟବଲ ଆସୋସିଏସନର ଖେଳାଳିମାନେ ଜିଲ୍ଲା ପୋଲିସ ଟିମକୁ ୧-୦ ଗୋଲରେ ପରାସ୍ତ କରି ବିଜୟ ହୋଇଥିଲେ । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବୀତରଣୀ ଉତ୍ସବରେ ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ ଓ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଯୋଗଦେଇ ବିଜୟୀ ଦଳ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ପୋଲିସ ବିଭାଗର ମୁଖ୍ୟ ଖେଳାଳି ଗଣେଶ ଚନ୍ଦ୍ର ବାଇପେଇ,ଜିଲ୍ଲା ପ୍ରଶାସନର ସେକ ଫୁରକାନ ଓ ସେକ ସୋନୁଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶାରିରୀକ ଶିକ୍ଷକ ଛବି ପ୍ରସାଦ ମହାକୁଡ,ଜ୍ୟୋତିର୍ମୟ ଦାସ,ସୈାକତ ଖାନ,ଅଲେଖ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ