ପ୍ରଶାସନ ପକ୍ଷରୁ କରୋନା ସଚେତନତା ଓ ୧୭ ସ୍ୱାବ ନମୁନା ସଂଗ୍ରହ

ହିଞ୍ଜିଳି କାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଉତ୍କଟ ସମସ୍ୟା ସୃଷ୍ଟି କରିଛି।ଜିଲ୍ଲାରେ ବିସ୍ଫୋରଜ ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି।ଗତ ୧୬ ତାରିଖ ରାତ୍ର ୯ଘଣ୍ଟା ପରଠାରୁ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ରାଉରକେଲା ମହାନଗର ନିଗମ ରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି।ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଆଶାତୀତ ଭାବେ ଶୀର୍ଷ ସ୍ଥାନ ଛୁଉଁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୫୨ ଜଣ ସଂକ୍ରମିତ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।ଏଣେ ସଂକ୍ରମଣ ବୃଦ୍ଧିକୁ ଲକ୍ଷ୍ୟ କରି ସ୍ଥାନୀୟ ହିଞ୍ଜିଳି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପରିପ୍ରେକ୍ଷୀରେ ସୋମବାର ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ପଞ୍ଚାୟତ ସ୍ତରରେ ସଚେତନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି।ବିଡିଓ ପ୍ରସନ୍ନ କୁମାର ପାତ୍ର ଗଣ୍ଡଳା, ବେଲଗାଁ ,ଡ଼ି ପାଟପୁର ଏବଂ ଭାବନ୍ଧ ପଞ୍ଚାୟତ ରେ ଡ଼ାକବାଜି ଯନ୍ତ୍ର ଯୋଗେ କରୋନା ଭୁତଣୁର ଭୟାବହତା ଏବଂ କିଛି ଲକ୍ଷଣ ପ୍ରକାଶ ପାଇଲେ ରୋଗକୁ ନ ଲୁଚାଇ ପ୍ରଶାସନ କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।ଗ୍ରାମର ପୋଖରୀରେ ଗାଧୋଇବାକୁ ବାରଣ କରିବା ସହ ମାସ୍କ, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନିବେଦନ କରିଥିଲେ।କୌଣସି ପ୍ରକାର ଭୟ ନ କରି ସ୍ୱାସ୍ଥ୍ୟ ସମସ୍ୟା ଦେଖାଗଲେ ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରି ରୋଗ ମୁକ୍ତ ହେବା ପାଇଁ ପ୍ରବର୍ତ୍ତାଇ ସଚେତନ କରିଥିଲେ। ପରେ ଭ୍ରାମ୍ୟମାଣ ସ୍ୱାବ ପରୀକ୍ଷଣ ଗାଡି ଜରିଆରେ ଭାବନ୍ଧ ଗ୍ରାମର ୧୭ ଜଣ ଚିହ୍ନଟଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି।ପରୀକ୍ଷା ପରେ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ବିଡ଼ିଓ କହିଛନ୍ତି।କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଜାରୀ ରହିଛି।ଏଭଳି ସ୍ଥିତିରେ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି ବୋଲି ବିଡ଼ିଓ ଗ୍ରାମବାସୀଙ୍କ ସହଯୋଗ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ