ପ୍ରଶାସନ ପକ୍ଷରୁ ହଟାଗଲା ହୋର୍ଡିଂ ଓ ପୋଷ୍ଟର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବାଜିଲା ୨୦୨୪ ସାଧାରଣ ନିର୍ବାଚନ ବିଗୁଲ ! ଦେଶ ତଥା ରାଜ୍ୟ ରେ ହେବାକୁଥିବା ଲୋକସଭା,ବିଧାନସଭା ନିର୍ବାଚନ ସମ୍ପର୍କରେ ଦେଶର ନିର୍ବାଚନ କମିଶନର ଘୋଷଣା କରିବା ପରେ ଆଚରଣ ବିଦ୍ଧି ପୁରା ଦେଶରେ ଲାଗୁ ହୋଇଥିବା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲା,ବ୍ଲକ ,ପଞ୍ଚାୟତ,ଗ୍ରାମାଞ୍ଚଳ ରେ ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ଯୋଜନା ର ପ୍ରସାର ପ୍ରଚାର ପାଇଁ ଲାଗିଥିବା ହୋଡ଼ିଙ୍ଗି ହଟାଇବା ପାଇଁ ନିର୍ଦ୍ଦେଶ ପରେ ସାନଖେମୁଣ୍ଡି ପ୍ରଶାସନ ପକ୍ଷରୁ ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ, ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଏସଆଇ ସନ୍ତୋଷ କୁମାର ମିଶ୍ର ପୋଲିସ କର୍ମଚାରୀ ମାନେ ବିଭିନ୍ନ ଜାଗାରେ ଲାଗିଥିବା ହୋଡିଙ୍ଗି ଜଗନ୍ନାଥପୁର, ପୁଡ଼ାମାରି, ଡେଙ୍ଗାଓସ୍ତା,ପାଟପୁର ଗାନ୍ଧିଛକ, ପାଳାସପୁର,ବ୍ଲକର ୨୬ ପଞ୍ଚାୟତରେ ଲାଗିଥିବା ରାଜନୈତିକ ନେତା ଙ୍କ ବେନର ହୋଡ଼ିଂ ଉଛେଦ କରାଯାଇଥିବା ଦେଖିବାକୁ ମିଳିଛି। ବିଡିଓ ଙ୍କ ନିର୍ଦ୍ଦେଶ କ୍ରମେପଞ୍ଚାୟତ ସ୍ତରରେ କନିଷ୍ଠ ଯନ୍ତ୍ରୀ,ପିଇଓ,ରୋଜଗାର ସେବକ ଗ୍ରାମାଞ୍ଚଳରେ କାନ୍ଥ ରେଲେଖା ଯାଇଥିବା ବିଭିନ୍ନ ପ୍ରକାର ସଚେତନତା ମୂଳକ ଯୋଜନା ଚୂନ ମାରି ଲିଭାଉଥିବା ଦେଖିବାକୁ ମିଳିଥିଲା। କୌଣସି ରାଜନୈତିକ ବ୍ୟକ୍ତି ଆଚରଣ ଵିଧି ଉଲ୍ଲଙ୍ଘନ କରନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେ଼ଇ ପ୍ରଶାସନିକ ଅଧିକାରୀ ପକ୍ଷରୁ ସୂଚନା ଦିଆଯାଇଛି।ସାଧାରଣ ନିର୍ବାଚନ ଆବାଧ ନିରପେକ୍ଷ ଶାନ୍ତି ଶୃଙ୍ଖଳା ରେ କରାଯିବା ନେଇ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ