ପ୍ରଶାସନ ଶୁଣିଲାନି, ଦଶହରା ଛୁଟିରେ ଗାଁ ରାସ୍ତାକୁ ନିଜେ ମରାମତି କଲେ ଗ୍ରାମବାସୀ ଓ ସ୍କୁଲ କଲେଜ ଛାତ୍ରଛାତ୍ରୀ
ମୋହନା, (ଅଂଶୁମାନ ପଣ୍ଡା):ପ୍ରଶାସନ ନ ଶୁଣିବାରୁ ବାଧ୍ୟ ହୋଇ ଦଶହରା ଛୁଟି ସମୟରେ ଗାଁ ରାସ୍ତାକୁ ମରାମତି କରିବାକୁ ଅଂଟା ଭିଡିଲେ ଗ୍ରାମବାସୀ ଓ ସ୍କୁଲ କଲେଜ ଛାତ୍ର ଛାତ୍ରୀ । ଗଜପତି ଜିଲ୍ଲା ମୋହନା ବ୍ଲକ ଖ୍ରୀଷ୍ଟପୁର ମୁଖ୍ୟ ରାସ୍ତା ଠାରୁ ଗାଁକୁ ଭଲ ରାସ୍ତା ନ ଥିବାରୁ ବର୍ଷା ଦିନରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ଗ୍ରାମବାସୀ ନାହିଁ ନଥିବା ହାଇରାଣ ଭୋଗୀ ଆସୁଛନ୍ତି । ରାସ୍ତା ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନ ସମେତ ପ୍ରତିନିଧିମାନଙ୍କୁ ଗୁହାରି କରି ଆସୁଥିଲେ ବି ରାସ୍ତା ଖଣ୍ଡେ ନିର୍ମାଣ ହୋଇ ପାରୁନାହିଁ । ଶେଷରେ ଗାଁରେ ପଲ୍ଲୀସଭା କରି ଦଶହରା ଛୁଟି ସମୟରେ ନିଜ ଗାଁ ରାସ୍ତାକୁ ନିଜେ ନିର୍ମାଣ କରିବାକୁ ଅଂଟା ଭିଡିଛନ୍ତି ଗ୍ରାମବାସୀଙ୍କ ସମେତ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ । ପ୍ରଶାସନ ତୁରନ୍ତ ପକା ରାସ୍ତା ନିର୍ମାଣ କରିଦେବାକୁ ଛାତ୍ର ଛାତ୍ରୀ ଅନୁରୋଧ କରିଛନ୍ତି