ପ୍ରଶାସନ ଶୁଣିଲାନି, ଲୋକେ ନିଜସ୍ୱ ଖର୍ଚ୍ଚରେ ଆଲୋକ ବ୍ୟବସ୍ଥା କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମାର ୯ ଓ ୧୦ ୱାର୍ଡ ଦୀର୍ଘ ବର୍ଷ ହେବ ବିଜୁଳି ବତୀ ନଥିବା ଯୋଗୁଁ ସମଗ୍ର ଅଞ୍ଚଳ ଅନ୍ଧାରରେ ରହିଆସିଛି । ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଇ ଦେଖଣାହାରି ସାଜିଥିବା ଅଭିଯୋଗ ହେଉଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ସେହି ଅଞ୍ଚଳର ଯୁବ ଗୋଷ୍ଠୀ ସାହିର ପାଣ୍ଠି ଖର୍ଚ୍ଚ କରି 6 ଗୋଟି ଲାଇଟ ଲଗାଇ ଆଲୋକର ବ୍ୟବସ୍ଥା କରିଛନ୍ତି . ବିଭାଗୀୟ ଅଧିକାରୀ କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ୱାର୍ଡବାସୀ ଦାବି କରିଛନ୍ତି I ରାୟଗଡ଼ ପଞ୍ଚାଯତ ଅଧୀନରେ ଥିବା ୯ ଓ ୧୦ ୱାର୍ଡରେ ପାଞ୍ଚ ଶହରୁ ଅଧିକ ଲୋକ ବସବାସ କରିଆସୁଥିବା ବେଳେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ଆଉ ଏବେ ଲାଇଟ୍ ସମସ୍ୟା ମୁଖ୍ୟ ସମସ୍ୟା ହୋଇଛି | ୱାର୍ଡ଼ବାସୀ ଏବଂ ସଚେତନ ନାଗରିକ ବାରମ୍ବାର ପଞ୍ଚାୟତ ପ୍ରତିନିଧୂଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ଗୁହାରି କେହି ଶୁଣୁନାହାନ୍ତି I ଲଗାଣ ବର୍ଷା ବେଳେ ଲୋକେ ରାତିରେ ଯିବାଆସିବା କରିବା ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହାକୁ ଦେଖ୍ ଉକ୍ତ ୱର୍ଡ଼ର ଯୁବଗୋଷ୍ଠୀ ବାଧ୍ଯ ହୋଇ ସାହିର ପାଣ୍ଠି ଟଙ୍କା ଖର୍ଚ କରି ପ୍ରାୟ ଛଅଟି ଲାଇଟ୍ ଲଗାଇଛନ୍ତି। ପଞ୍ଚାୟତର ଏପରି ମନମାନି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏନେଇ ପିଇଓ ସେନାପତି ଶବରଙ୍କ ସହ ଯୋଗାଯୋଗ କରାଯିବାରୁ ପଞ୍ଚାଯତ ପକ୍ଷରୁ କୌଣସି କଣ୍ଟିଜେସି ନାହିଁ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ସୂଚନା ଦେଇ କହିଛନ୍ତି ଯେ, ଡିଆରଡିଏ ପକ୍ଷରୁ ଆସିଲେ ହିଁ ଦିଆଯାଇ ପାରିବ | ଉକ୍ତ ବିଷୟ ତାଙ୍କ ନଜରକୁ ଆସିଛି I ପରବର୍ତ୍ତୀ ସମୟରେ ଡିଆର୍‌ଡିଏକୁ ପ୍ରସ୍ତାବ ଦିଆଯାଇ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ସୂଚନା ଥାଉକି, ୨୦୨୨ ଆର୍ଥିକ ବର୍ଷରେ ୧୦ ନମ୍ବର ୱାର୍ଡ଼ସଭ୍ୟ ପି. ରାଜେଶ୍ବର ରାଓ ଆଚାରୀ ଉକ୍ତ ୱାର୍ଡ଼ରେ ଷ୍ଟ୍ରିଟ ଲଗାଇବା ପାଇଁ ପଞ୍ଚାଯତରେ ଜଣାଇଥିଲେ | ପଞ୍ଚାୟତ କୌଣସି ପଦକ୍ଷେପ ନ ନେବାରୁ ସେ ନିଜସ୍ୱ ଖର୍ଚ୍ଚରେ ଉକ୍ତ ୱାର୍ଡ଼ରେ ପ୍ରାୟ ୧୦ ଟି ଲାଇଟ ଲଗାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ