ପ୍ରଶ୍ନପତ୍ର ପ୍ରଘଟ ଘଟଣାର ପୁଣି ୨ଜଣ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା) :ଓଡ଼ିଶା ଷ୍ଟାପ ସିଲେକ୍ସନ୍ କମିଶନ ଦ୍ଵାରା ପରିଚାଳିତ ଜେଇ ମେନ୍ସ ସିଭିଲ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସହଦେବ ଖୁଣ୍ଟା ପୋଲିସ ଆଜି ଆଉ ଦୁଇଜଣ ଙ୍କୁ ଗିରଫ କରିଛି।ଗିରଫ ଦୁଇଜଣ ହେଲେ ପୁରୀ ଜିଲ୍ଲାର ସଦାଶିବ ପ୍ରଧାନ ଓ ପଶ୍ଚିମବଙ୍ଗ ଅଞ୍ଚଳର ପାର୍ଥ ସେନଗୁପ୍ତ। ପାର୍ଥ ସେନଗୁପ୍ତ ପ୍ରଷ୍ଣପତ୍ର ପ୍ରିଣ୍ଟଇଂ ପ୍ରେସର ଠିକା ଲେବର ଭାବେ କାର୍ଯ୍ୟ କରୁଥିଲେ। ଏହି ଘଟଣାର ପୂର୍ବରୁ ୨୫ ଜଣଙ୍କୁ ମିଶାଇ ୨୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି।