ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ରାଜ୍ୟ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଅଲ ଓଡ଼ିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ’ର ଦ୍ୱାଦଶ ସାଧାରଣ ପରିଷଦ ଅଧିବେଶନ ଚାନ୍ଦିପୁର ସ୍ଥିତ ଅର୍ପିତା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଡାକ୍ତର ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ସମ୍ପାଦକ ଡାକ୍ତର ଇନ୍ଦ୍ରମଣି ଜେନା, କୋଷାଧ୍ୟକ୍ଷ ଡାକ୍ତର ଦେବଦତ୍ତ କୁମାର ସାହୁ, ଉପ-ସଭାପତି ଡାକ୍ତର ରବୀନ୍ଦ୍ର କୁମାର ପ୍ରଧାନ ଓ ଡାକ୍ତର ସୁରେଶ କୁମାର ଅଗ୍ରୱାଲ, ସହ-ସମ୍ପାଦକ ଡାକ୍ତର ସଂଗ୍ରାମ କୁମାର ମହାପାତ୍ର, ଡାକ୍ତର ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବେସରକାରୀ ଚିକିତ୍ସା ସଂସ୍ଥା ପରିଚାଳନାରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ତା’ର ସ୍ଥାୟୀ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ସଂସ୍ଥା ସରକାରୀ ନିୟମ ପାଳନ କରି ଚାଲିଥିବା ବେଳେ ଯାଞ୍ଚ ଆଳରେ ସରକାରୀ ଅଧିକାରୀଙ୍କ ପକ୍ଷରୁ ବଢ଼ିଥିବା ଦୌରାତ୍ମ୍ୟକୁ ନେଇ ଏହି ଅଧିବେଶନରେ ଉଦବେଗ ପ୍ରକାଶ ପାଇଥିଲା । ସବୁଠାରୁ ବଡ଼କଥା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀ ପରିବାରଙ୍କ ଚିକିତ୍ସା କରି ମାସ ମାସ ପରେ ବି ଧାର୍ଯ୍ୟ ଅର୍ଥରାଶି ମିଳୁ ନଥିବାକୁ ନେଇ ଏହି ଅଧିବେଶନରେ ସମସ୍ତେ ଉଦବେଗ ପ୍ରକାଶ କରିଥିଲେ । ବେସରକାରୀ ଚିକିତ୍ସା ସଂସ୍ଥାରେ ଉପୁଜିଥିବା ବିଭିନ୍ନ ସମସ୍ୟାକୁ ନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସମ୍ପାଦକ ଡାକ୍ତର ଜେନା ସୂଚନା ଦେଇଥିଲେ । ଏହି ଅବସରରେ ସଂଗଠନର ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ଡାକ୍ତର ସୁବ୍ରତ ଜେନା ସଭାପତି, ଡାକ୍ତର ରବୀନ୍ଦ୍ର କୁମାର ପ୍ରଧାନ ପରବର୍ତ୍ତୀ ସଭାପତି, ଡାକ୍ତର ଇନ୍ଦ୍ରମଣି ଜେନା ମହାସଚିବ, ଡାକ୍ତର ସୁରେଶ କୁମାର ଅଗ୍ରୱାଲ, ଡାକ୍ତର କେସି ମହାନ୍ତି, ଡାକ୍ତର ପ୍ରଭାସ ମହାନ୍ତି, ଡାକ୍ତର ମୋହନଲାଲ ଜୈନ ଓ ଇଂ. ରାଜେଶ ମିଶ୍ର ଉପ-ସଭାପତି, ଡାକ୍ତର ସଂଗ୍ରାମ କେଶରୀ ମହାପାତ୍ର ଓ ଇଂ. ମନୋଜ କୁମାର ରଥ ସମ୍ପାଦକ, ଡାକ୍ତର ଦେବଦତ ସାହୁ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ