ପ୍ରାକ୍ତନ ଆର୍ଦଶ ପ୍ରଧାନ ଶିକ୍ଷକଙ୍କ ସ୍ମୃତିଚାରଣ ସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଲକର ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଆର୍ଦଶ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭଗବାନ ଦାସଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଭଗବାନ ଦାସ ସ୍ମୃତି ପରିଷଦ ପକ୍ଷରୁ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଗୀତା ପାଠ, ପ୍ରବନ୍ଧ, ସଂଗୀତ, ସାଧାରଣ ଜ୍ଞାନ ଆଦିକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ବିଶ୍ୱାଳଙ୍କ ପୌରୋହିତ୍ୟରେ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଜୟକୃଷ୍ଣ ଲେଙ୍କା,ମୁଖ୍ୟବକ୍ତା ଭାବେ ଉକ୍ରଳ ସାହିତ୍ୟ ସମାଜର ସଦସ୍ୟ ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ କବିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କବି ବିଭୁତି ଭୂଷଣ ତ୍ରିପାଠୀ ଓ ବାମଦେବ ସ୍ୱାଇଁ ସଂଯୋଜନା କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଭ୍ରମରବର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସ୍ମୃତିଚାରଣ ସଭାରେ ମୁଖ୍ୟଅତିଥି ଭାବେ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ଯୋଗ ସ୍ମୃତିଚାରଣ ସଂର୍ପକରେ ଆଲୋକପାତ କରିଥିଲେ । ଟ୍ରଷ୍ଟର ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଧାନ ଶିକ୍ଷକ ଗିରିଧାରୀ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଶିକ୍ଷକ ନିଲୁରାମ ଜେନା,ସମାଜସେବୀ ବିଚିତ୍ର କୁମାର ପଣ୍ଡା,ଦୁର୍ଯୋଧନ ଜେନାଙ୍କ ସମେତ ସମସ୍ତ ସହକାରୀ ଶିକ୍ଷକ, ଛାତ୍ରଛାତ୍ରୀ ତଥା ପୁରାତନ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ