ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତି ପାଳିତ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ ମାଟିଆଙ୍କ ନେତୃତ୍ୱରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଳକ କଂଗ୍ରେସ ଜୋନ ସଭାପତି ନିରଞନ ବେହୁରା,ପୂର୍ବତନ ବ୍ଳକ ଅଧକ୍ଷ ବିଚିତ୍ରାନନ୍ଦ ଲେଙ୍କା, ରୋହିଆ ସମିତି ସଭ୍ୟ ପଦ୍ମ ଚରଣ ରାଉତ, ଦେବଜ୍ୟୋତି ମହାନ୍ତି, କ୍ରିଷ୍ଣାନନ୍ଦ ସାହୁ ଆଦି ଯୋଗ ଦେଇ ଇନ୍ଦିରା ଗାନ୍ଧୀଙ୍କର ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେହିପରି ତିରୁଣାସ୍ଥିତ ଇନ୍ଦିରା ସ୍ମାରକୀ ଯୁବକ ସଂଘ ପକ୍ଷରୁ ପାଳନ ସଂଘ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା । ଏହି ଅବସରରେ ସଂଘର ସଭାପତି ରାଜେଶ କୁମାର ବେହୁରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସଂଘର କୋଷାଧ୍ୟକ୍ଷ ଦେବଦତ ତ୍ରିପାଠୀ, ସହ-ସଂପାଦକ ଶ୍ରୀକାନ୍ତ ସ୍ୱାଇଁ, ସଚିନ ବେହୁରା ପ୍ରମୁଖ ଯୋଗ ଦେଇ ଇନ୍ଦିରା ଗାନ୍ଧୀଙ୍କର ଦେଶ ପ୍ରତି ଥିବା ଅବଦାନ ବିଷୟରେ ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସଂଘର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।


