ପ୍ରାଚୀ ଆଳତି ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ଐତିହ୍ୟ ସମ୍ପନ୍ନ ପ୍ରାଚୀନଦୀ କାକଟପୁର ମା ମଙ୍ଗଳାଙ୍କ ପାଦଦେଶରେ ପ୍ରବାହିତ ହୋଇଯାଇଛି । ପ୍ରାଚୀ ନଦୀ ର ବୈଭବ ଓ ଗାରିମା ପୁରାଣରେ ବର୍ଣ୍ଣିତ ହୋଇଥିବାବେଳେ ଗଙ୍ଗାଠାରୁ ଶହସ୍ରବର୍ଷ ବଡ ବୋଲି ମହାମୁନି ମାନେ ପ୍ରକାଶ କରିଛନ୍ତି । ସେହି ପ୍ରାଚୀନଦୀର ଗାରିମାମୟ ଐତିହ୍ୟକୁ ମନେପକାଇବା ପାଇଁ ପ୍ରତିବର୍ଷ ସାଧୁ ସନ୍ଥ ମାନଙ୍କ ଦ୍ୱାରା ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଦୀର୍ଘ ଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା ପ୍ରାଚୀ ନଦୀକୁ ପୁନଃରୁଦ୍ଧାର କରିବାକୁ ଓ ପୂର୍ବପରି ସୁନାବ୍ୟା କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହୋଇ ଆସୁଛି। ମା ମଙ୍ଗଳା ମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗର ସହଯୋଗରେ ପ୍ରତି ମାସ ପୂର୍ଣ୍ଣମୀ ତିଥିରେ ପ୍ରାଚୀ ସରସ୍ଵତୀ ନଦୀକୁ ବନ୍ଦାପନା, ନୈବେଦ୍ୟ, ମା ମଙ୍ଗଳାଙ୍କ ଆଜ୍ଞାମାଳ ପ୍ରଦାନ କାରାଯାଇ ଆଳତି ଓ ପୂଜାର୍ଚ୍ଚନା କରାଯିବାକୁ ନିଷ୍ପତ୍ତି ନିଆଯିବାପରେ ଏହି କାର୍ଯ୍ୟ ପବିତ୍ର ଅଗ୍ନି ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଛି। ମନ୍ଦିର ର କୂଳ ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ, ପୂଜାପଣ୍ଡା ସେବକ ସୁବାସ ଚନ୍ଦ୍ର ପାଢ଼ୀ, ରଘୁନାଥ ଦୀକ୍ଷିତ, ମଙ୍ଗଳା ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, କମଳ ଲୋଚନ ଦୀକ୍ଷିତ, ମାନସ କୁମାର ଦୀକ୍ଷିତ ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ମା ଙ୍କ ମନ୍ଦିରରୁ ଏକ ସ୍ୱତନ୍ତ୍ର ପଟୁଆର ବାହାରି ପ୍ରାଚୀନଦୀ ର ଘଣ୍ଟତୋଳା ଘାଟରେ ପହଞ୍ଚି ମା ପ୍ରାଚୀ ସରସ୍ଵତୀ ନଦୀ କୁ ପୂଜାର୍ଚ୍ଚନା କରାଯାଇଥିଲା । ଶତାଧିକ ମାତୃଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶବ୍ଦରେ ପ୍ରାଚୀ ଆଳତୀ କରାଯାଇଥିଲା । ଉକ୍ତ ପ୍ରାଚୀ ଆଳତି କାର୍ଯ୍ୟକ୍ରମ ପ୍ରତି ପୂର୍ଣ୍ଣମୀ ଦିନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ