“ପ୍ରାଣବାୟୁ” ସେବା ର ଶୁଭାରମ୍ଭ
ସୋରଡା,(ରଜନୀ କାନ୍ତ ମହାପାତ୍ର):ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଜି ସ୍ଵାଧୀନତା ଦିବସ ରେ ଅତି ଜରୁରୀ “ପ୍ରାଣବାୟୁ ସେବା” ଆରମ୍ଭ ହେଇଛି। ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ନିଜସ୍ଵ ପ୍ରଚେଷ୍ଟା ରେ ଏହା ଆରମ୍ଭ କରାଯାଇଛି। ଏହି ସେବା ର ଅର୍ଥ ଏଠାରେ ସୋରଡା ସହର ର ବାସିନ୍ଦା ମାନଙ୍କୁ ମାଗଣାରେ ଘରେ ଘରେ ଆକ୍ସିଜେନ ସିଲେଣ୍ଡର ପହଞ୍ଚାଇବା ର ବନ୍ଦୋବସ୍ତ କରିଛନ୍ତି ଡାକ୍ତର ସନ୍ତୋଷ ପଣ୍ଡା। ସରକାରୀ ଡାକ୍ତରଖାନା ରେ ଥିବା ସିଲିଣ୍ଡର କେବଳ ଡାକ୍ତରଖାନା ରେ ହିଁ ଉପଲବ୍ଧ ହେଇଥିବା ବେଳେ ଜରୁରୀ କାଳୀନ ଅବସ୍ଥାରେ ଲୋକଙ୍କ ନିକଟରେ ପହଞ୍ଚାଇବା ସମ୍ଭବ ନାହି ଯାହା ଫଳରେ ଅନେକ ସମୟରେ ଲୋକେ ଏହି ସେବା ରୁ ବଞ୍ଚିତ ହେଉଛନ୍ତି। ଏହା କୁ ଦ୍ରୁଷ୍ଟି ରେ ରଖି ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଅନୁରୋଧ ପ୍ରକାରେ ଜଣେ ସହୃଦୟ ବ୍ୟକ୍ତି ବ୍ରହ୍ମପୁର ର ଶୁଭ୍ରାନ୍ତ ସାହୁ ଏହି ସିଲିଣ୍ଡର ଟିକୁ ଲୋକଙ୍କ ସେବା ପାଇଁ ପ୍ରଦାନ କରିଛନ୍ତି। ଡାକ୍ତର ସନ୍ତୋଷ ପଣ୍ଡା ଙ୍କ କହିବା ପ୍ରକାରେ ଏହା ସହର ବାସୀଙ୍କ ପାଇଁ ସମ୍ପୂର୍ଣ ମାଗଣା ସେବା ଭାବେ ଉପଲବ୍ଧ ହେବ ଏବଂ ଏହା ର ସଂଯୋଗ ପାଇଁ ମେଡିକାଲ କିଛି କର୍ମଚାରୀ ସ୍ଵେଛାକୃତ ଭାବେ ନିଜର ସମ୍ମତି ପ୍ରକାଶ କରିଥିବା ରୁ ସେମାନଙ୍କୁ କୃତଙ୍ଗ୍ୟତା ଜଣାଉଛି। ଗୋଟିଏ ସିଲେଣ୍ଡର ପ୍ରଥମ ଦଫା ରେ ଆସିଥିବା ବେଳେ ଏହାର ସୁବିନିଯୋଗ ପ୍ରତି ଧ୍ୟାନ ଦିଆଯିବ ଏବଂ ସଠିକ ବ୍ୟବହାର କୁ ଦ୍ରୁଷ୍ଟି ରେ ରଖି ଆହୁରି ଅଧିକ ଆକ୍ସିଜେନ ସିଲେଣ୍ଡର ର ମଧ୍ୟ ବନ୍ଦୋବସ୍ତ କରାଯିବ ବୋଲି ଶୁଭ୍ରାନ୍ତ ସାହୁ କହଛନ୍ତି। ସୋରଡା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଏହି ପ୍ରଚେଷ୍ଟା କୁ ସାଧୁବାଦ ଜାଣିବା ସହ ଏହା ଜରୁରୀ ସମୟରେ ଜୀବନ ପ୍ରଦାନ କାରି ହେବ ବୋଲି କହିଛନ୍ତି। ଏହା ର ଉଦ୍ଘାଟନ ପାଇଁ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଅନ୍ୟମାନକ ମଧ୍ୟରେ ସୋରଡା ତହସିଲଦାର ରବୀନ୍ଦ୍ର ମିଶ୍ର, ବି ଡି ଓ ସିମାଞ୍ଚଳ ମଣ୍ଡଲ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସମେତ ସମସ୍ତ ମେଡିକାଲ କର୍ମଚାରି ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ସନ୍ତୋଷ ପଣ୍ଡା ମେଡିକାଲ ଅଫିସର ଭାବେ ଦାଇତ୍ଵ ନେଲା ପରେ ସୋରଡା ସରକାରୀ ଡାକ୍ତରଖାନା ର ଯେପରି ନବକଳେବର ହେଇଯାଇଛି। ଚାରିଆଡେ ସଫାସୁତର ସହ ରୋଗୀ ଙ୍କୁ ମାଗଣା ସେବା ନିରାମୟ ନିଦାନ ଏବଂ ଅନୟାନ ସମସ୍ତ ସେବା କୁ ପୂର୍ବ ଅପେକ୍ଷା ବହୁତ ଅଧିକ ଦିଆଯାଉଛି ଏପରିକି ପ୍ରତିଦିନ ପ୍ରାୟ ୩୦୦ ରୁ ଉର୍ଦ୍ଧ ରୋଗୀ ଏଠାରେ ସେବା ପାଇଁ ଧାଡି ବାନ୍ଧିଥାନ୍ତି। ଡାକ୍ତର ସନ୍ତୋଷ ପଣ୍ଡା ଙ୍କ ଏହିପରି ନିଷ୍ଠାପର ଉଦ୍ୟମ କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


