ପ୍ରାଣୀ ବିଜ୍ଞାନ ବିଭାଗରେ ଜାତୀୟ ବିଜ୍ଞାନ ଦିବସ

ବ୍ରହ୍ମପୁର : ହରିଡ଼ାଖଣ୍ଡି ଛକ ସ୍ଥିତ ବିନାୟକ ଆଚାର‌୍ୟ୍ୟ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ସଭା ବିଭାଗୀୟ କୋଠାରେ ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର‌୍ୟ୍ୟକ୍ରମରେ କଲେଜର ରୁଷା ସଂଯୋଜକ ତଥା ଆଡ଼ମିନସନ ଅଧିକାରୀ ଗଙ୍ଗାଧର ବେହେରା, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟା ଡ଼.ମଧୁସ୍ମିତା ଦାସ, ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟା ଡ଼.ମାନ୍ନା ମିଲନ,ରାଷ୍ଟ୍ରୀୟ ସେବା ବାହିନୀ ମୁଖ୍ୟା ଡ଼.ଶୁଭଶ୍ରୀ ଅପରାଜିତା ଓ ସୁଶ୍ରୀ ଭବାନୀ କୁମାରୀ ପଣ୍ଡା ଉପସ୍ଥିତ ଥିଲେ।ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସ ପାଳନର ଗୁରୁତ୍ବ ବିଷୟରେ ଉଦବୋଧନ ଦେଇଥିଲେ। ନୋବେଲ ପୁରସ୍କାର ବିଜେତା ଭାରତୀୟ ବୈଜ୍ଞାନିକ ସାର ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଦ୍ଵାରା ୨୮ ଫେବ୍ରୁଆରୀ ୧୯୨୮ରେ ରମଣ ପ୍ରଭାବ ଆବିଷ୍କୃତ ହୋଇଥିବାରୁ ସେହି ଦିନକୁ ସ୍ମରଣ କରିବା ସକାଶେ ପ୍ରତିବର୍ଷ ଏହି ଦିନକୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରାଯାଉଅଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ବିଭାଗୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ “ଉମେନ ଇନ ସାଇନ୍ସ” ଶୀର୍ଷକ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା।ଜାତୀୟ ବିଜ୍ଞାନ ଫିଲ୍ମ ଉତ୍ସବରେ ପୁରସ୍କାର ପ୍ରାପ୍ତ ଦୁଇଟି ସ୍ୱଳ୍ପ ସମୟର ସିନେମା ବିଦ୍ୟାର୍ଥୀମାନଙ୍କୁ ପରଦା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ