ପ୍ରାଣୀ ସମ୍ପଦ ବିଭାଗର ନୂଆଗଡ ବ୍ଲକର ବିଭିନ୍ନ ପ୍ରକଳ୍ପକୁ ଶୁଭ ଉଦଘାଟନ କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ କେ ଝାଲରସିଂ ଠାରେ ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଳ୍ପକୁ ରିବନ କାଟି ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା।ପ୍ରଥମ ପ୍ରକଳ୍ପ ଟି ହେଲା କ୍ଷୁଦ୍ର କୁକୁଡ଼ା ଚିଆଁ କେନ୍ଦ୍ର ଯାହା ଓଡ଼ିଶାରେ ପ୍ରଥମ ଏହି ବର୍ଷ ରେ ଅନୁଷ୍ଠିତ ହୋଇଛି। ଏହା ସହ ଦ୍ୱିତୀୟ ପ୍ରକଳ୍ପଟି ୪୦୦୦କେପାସିଟିର କୁକୁଡ଼ା ଚିଆଁ ପାଳନ କେନ୍ଦ୍ର ଅନୁଷ୍ଠିତ ହୋଇଛି।ତୃତୀୟ ପ୍ରକଳ୍ପଟି ହେଲା ଓଡ଼ିଶା ଜୀବିକା ମିଶନ ନୂଆଗଡ଼ ଦ୍ବାରା କାର୍ଯ୍ୟକକ୍ରମ ହୋଇଥିବା କୁକୁଡ଼ା ପ୍ରଜନନ କେନ୍ଦ୍ର କୁ ମଧ୍ୟ ଅନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରାଯାଇଛି।ତରବଡା ପଞ୍ଚାୟତର ଜନପଦା ଗ୍ରାମର ହିତାଧିକାରୀଙ୍କ ଚତୁର୍ଥ ପ୍ରକଳ୍ପଟି ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ (୧୦୦+୫) କମର୍ସିଆଲ ଗୋଟ ଫାର୍ମମିଙ୍ଗକୁ ଶୁଭ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରି,ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଗିରିଶ କୁମାର ମହାନ୍ତି, ଜିଲ୍ଲା ପ୍ରୋଗ୍ରାମ ମେନେଜର, ଜନ ପ୍ରତିନିଧି ସହ ନୂଆଗଡ଼ ବ୍ଳକର ଭେଟେନେରୀ ଅଫିସର ତାପସ୍ୱିନୀ ନାୟକ ଏବଂ ଭେଟେନେରୀ ଆସିଷ୍ଟାଣ୍ଡ ସର୍ଜନ ଡକ୍ଟର ଏସ.କେ ରେଡ୍ଡୀ, ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ପ୍ରମୁଖଙ୍କ ସମେତ କାର୍ଯ୍ୟାଳୟର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଡକ୍ଟର ଗିରିଶ କୁମାର ମହାନ୍ତି ବିଭାଗର ଯୋଜନାକୁ ଲୋକାଭିମୁଖୀ କରାଇ ପାରି ଥିବାରୁ ଅଞ୍ଚଳ ବାସି ଭୁୟସ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇ ଛନ୍ତି।


