ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କ୍ଷେତ୍ର କର୍ମଚାରୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସରକାରଙ୍କ ଦ୍ଵାରା ନୂଆ ନୂଆ ଯୋଜନା ପରେ ଯୋଜନା କିନ୍ତୁ ପ୍ରାଣୀ ସହାୟକ କେନ୍ଦ୍ର ରେ ନାହାନ୍ତି କ୍ଷେତ୍ର କର୍ମଚାରୀ । ଏବେ ଗାଁ ରେ ବୁଲିଲେଣି ନକଲି ଓ ଅନଭିଜ୍ଞ ଚିକିତ୍ସକ ପାଇଁ ଚାଷୀ ମୁଣ୍ଡକୁ କାଳ। ଲୋକଙ୍କୁ ଆତ୍ମ ନିର୍ଭରଶୀଳ ହୋଇ ସ୍ୱାଭାଲମ୍ବୀ କରିବା ନିମନ୍ତେ ପ୍ରାଣୀ ସମ୍ପଦ ଉପରେ ଗୁରୁତ୍ୱ ଦେଉଥିବା କଥା ଯଦିଓ ଶୁଣିବାକୁ ମିଳୁଛି l ସ୍ୱୟଂ ସହାୟକ ଗୋଷ୍ଠି ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗ ର ଲୋକ ଓ ମହିଳାମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ରିହାତି ଓ ବିନା ସୁଧ ରେ କୋଟି କୋଟି ଟଙ୍କା ପ୍ରଦାନ ହେଉଛି ସତ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଲା ପୁରୀ ଜିଲ୍ଲାରେ ସରକାରୀ ଯୋଜନାରେ ସୀମିତ ହୋଇଯାଇଛି। ପୁରୀ ଜିଲ୍ଲା ଦୁଗ୍ଧ ଉପ୍ତାଦନ କ୍ଷେତ୍ରରେ ୨୨୨.୩ ହଜାର ମେଟ୍ରିକ ଟନ ଉପ୍ତାଦନ୍ କରି ରାଜ୍ୟରେ ଦ୍ୱତୀୟ ସ୍ଥାନରେ ଥିବା ସ୍ଥଳେ ପ୍ରୋତ୍ସାହନ ମିଳିବାରେ ଟାଳ ଟୁଳ ନୀତି କାହିଁକି ? ଯାହାଫଳରେ କି କ୍ଷେତ୍ର କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଅତ୍ୟଧିକ ଚାପ ଯୋଗୁଁ ସଠିକ ଗୋସେବା ନପାଇ ଚାଷୀ ହନ୍ତସନ୍ତ ହେଉଛନ୍ତି। ପୁରୀ ଜିଲ୍ଲା ରେ ୧୭୯ ପ୍ରାଣୀ ସହାୟକ କେନ୍ଦ୍ର, ଷ୍ଟାଟିକାଲ ଏନିମେଟର -୨ ଜଣ, ଭେଟନାରୀ ସବ୍ ଆଡିସିନାଲ ସର୍ଜନ – ୧ ଜଣ, ଦୁଗଧ ଆନାଲିଷ୍ଟ -୧ ଜଣ ଏପରି ୧୮୪ ଜଣ କର୍ମଚାରୀ ଆବଶ୍ୟକ ଥିବା ସ୍ଥଳେ ଜିଲ୍ଲା ରେ ୭୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏଥି ମଧ୍ୟରୁ ସରକାର ପଦର୍ଣ୍ଣତି ବଦଳି କ୍ଷେତ୍ରରେ ୯ ଜଣ ଙ୍କୁ ସ୍ଥାନାନ୍ତରିତ କରାଯାଇ ମାତ୍ର ୬୩ ଜଣକୁ ନେ଼ଇ ପ୍ରାଣୀ ଚିକିତ୍ସା ଚାଲିଛି। ସରକାରୀ ଯୋଜନା ଓ ମାତ୍ରାଧିକ କାର୍ଯ୍ୟ ଭାର ଯୋଗୁଁ କ୍ଷେତ୍ର କର୍ମଚାରୀଙ୍କୁ ଅଣାୟତ ହେଲାଣି । କର୍ମଚାରୀ ଅଭାବ ଯୋଗୁଁ ଅଣତାଲିମ ପଶୁ ଚିକିତ୍ସକ ତାର ଫାଇଦା ଉଠାଇ ଚାଷୀମାନଙ୍କୁ ଶୋଷଣ କରୁଛନ୍ତି । କର୍ମଚାରୀ ଅଭାବ ଦୂରୀକରଣ ପାଇଁ ଜିଲ୍ଲା ଅଧିକାରୀଙ୍କୁ ବାରମ୍ବାର ଦୁଷ୍ଟି ଆକର୍ଷଣ ସତ୍ତ୍ୱେ ରାଜ୍ୟ ସରକାର ଓ ବିଭାଗୀୟ ମନ୍ତ୍ରୀ ନୀରବ ଦ୍ରଷ୍ଟା ସାଜିଛନ୍ତି କାହିଁକି ? କର୍ମଚାରୀଙ୍କ ନିଅଣ୍ଟ ଆଗାମୀ ଦିନରେ ବ୍ୟାପକ ଗୋସେବା ବାଧାପ୍ରାପ୍ତ ହେବାକୁ ଥିବାରୁ ଚାଷୀକୁଳ ଆଶଙ୍କା ବ୍ୟକ୍ତ କରିଛନ୍ତି l ଏଣୁ ତୁରନ୍ତ ଆସୁ ସମାଧାନ ପାଇଁ ସରକାର ଦୃଷ୍ଟି ଆକର୍ଷଣ କରିଛନ୍ତି ଗୋସୁରକ୍ଷା ମଞ୍ଚ ଓ ଗୋପ ସୁରକ୍ଷା ମଞ୍ଚ ଏବଂ ଜନସାଧାରଣଙ୍କ ପକ୍ଷ ରୁ ଦାବୀ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ