ପ୍ରାଣୀ ସହାୟତା କେନ୍ଦ୍ରରେ ଝୁଲୁଛି ତାଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ପ୍ରାଣୀ ସହାୟତା କେନ୍ଦ୍ରରେ ଝୁଲୁଛି କଳଙ୍କ ଲଗା ତାଲା। ଓଡ଼ିଶା ସରକାର ଲକ୍ଷ ଲକ୍ଷ , କୋଟି କୋଟି ଟଙ୍କା ପଶୁ ସମ୍ପଦର ବିକାଶ ନିମନ୍ତେ ଖର୍ଚ୍ଚ କରୁଛନ୍ତି। ପଶୁ ସମ୍ପଦକୁ ବଜାୟ ରଖିବା ଓ ଚାଷୀ ମାନଙ୍କ ସହାୟତା ନିମନ୍ତେ ବହୁତ ପଶୁ ଡାକ୍ତରଙ୍କୁ ଦରମା ଦେଇ ନିଯୁକ୍ତି କରିଛନ୍ତି। କିନ୍ତୁ କେତେକ ସ୍ଥାନରେ ସରକାରଙ୍କ ଏହି ନିଷ୍ପତି ବଳି ପଡ଼ି ଯାଉଛି। ଏହିପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗାୟାଗାଣ୍ଡା ପଞ୍ଚାୟତ ଗାୟାଗଣ୍ଡା ଗ୍ରାମରେ। ଯେଉଁଠି କି ପ୍ରଥମେ ଗୋଟେ ପ୍ରାଣୀ ସହାୟତା କେନ୍ଦ୍ର ନଥିଲା। ପରେ ସରକାରଙ୍କ ଅନୁଦାନରେ ପ୍ରାଣୀ ସହାୟତା କେନ୍ଦ୍ର ଅନୁଷ୍ଠିତ ହେଲା। କେନ୍ଦ୍ର ଟି ଅନୁଷ୍ଠିତ ହେବା ପରେ କିଛି ଦିନ ଗୃହପାଳିତ ପଶୁ ପାଳନ କରିଥିବା ଲୋକ ମାନଙ୍କ ସେବା ରେ ଆସିଲା କିନ୍ତୁ ପରେ ବନ୍ଦ ହୋଇ ରହିଛି। ଯାହାଦ୍ବାରା ପ୍ରାଣୀ ସହାୟତା କେନ୍ଦ୍ର ଭିତରେ ଅପରିଷ୍କାର ହୋଇ ରହିଛି। ଚାରିପଟେ ଲଟା ବୁଦା ହୋଇ ରହିଛି। କେନ୍ଦ୍ର କୁ ଲାଗି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ଆଗରେ ପ୍ରାଥମିକ ବିଦ୍ୟାଳୟ ରହିଛି। ଲଟା ବୁଦା ହେବା ଫଳରେ ବିଭିନ୍ନ ସରୀସୃପ ମାନେ ରହୁଛନ୍ତି। ଛୋଟ ଛୋଟ କୋମଳମତି ଶିଶୁମାନେ ବିଦ୍ୟାଳୟ କୁ ପଢ଼ିବା ପାଇଁ ଆସୁଛନ୍ତି। ଯାହାଦ୍ବାରା ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ପଶୁ ଡାକ୍ତର କେହି ଆସୁ ନାହାନ୍ତି। ଯଦି ସେମାନଙ୍କ ଗୃହ ପାଳିତ ପଶୁ ମାନଙ୍କର କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି ପଶୁ ଡାକ୍ତରଙ୍କୁ ଫୋନ କରିଲେ ସେ ଉଠାଉ ନାହାନ୍ତି। ଯାହା ଫଳରେ ସେମାନଙ୍କ ଗୃହ ପାଳିତ ପଶୁ ମୃତ୍ୟୁ ମୁଖରେ ପଡୁଛନ୍ତି। ତଳ ଦିନେ ଜଣେ ବ୍ୟକ୍ତି ନିଜ ମଇଁଷିର କିଛି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିବା ଫଳରେ ସେ ପ୍ରାଣୀ ସହାୟତା କେନ୍ଦ୍ର କୁ ଆସିଥିଲେ ସେଠାରେ ତାଲା ଝୁଲଥିବା ଦେଖି ପଳାଇ ଯାଇଥିଲେ ଯାହା ଦ୍ଵାରା କିଛି ଦିନ ପରେ ମଇଁଷି ଟି ମୃତ୍ୟୁ ବରଣ କରିଥିଲା। ବର୍ତ୍ତମାନ ସୁଧା କାହାରି ଲାଇଭ ଷ୍ଟକ ଇନ୍ସପେକ୍ଟର ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। କାହିଁକି କେନ୍ଦ୍ରରେ ତାଲା ଝୁଲୁଛି ତାହା ମଧ୍ୟ ଜଣା ପଡିନାହିଁ। ସ୍ଥାନୀୟ ବାସିନ୍ଦା ମାନେ ଗଣମାଧ୍ୟମ ଦ୍ଵାରା ନିଜର ଅସୁବିଧା ସରକାରଙ୍କୁ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏମିତି ଯଦି ସରକାରୀ କର୍ମଚାରୀ ମାନେ କାର୍ଯ୍ୟ କରିବେ ତାହେଲେ ସେମାନଙ୍କ ଗୃହ ପାଳିତ ପଶୁ ଏବଂ ଓଡ଼ିଶାର ପଶୁ ସମ୍ପଦ ନଷ୍ଟ ହୋଇଯିବ। ବହୁତ ଶୀଘ୍ର ପ୍ରଶାସନ ତରଫରୁ ଏମିତି ସରକାରୀ କାର୍ଯ୍ୟରେ ଅବହେଳା କରୁଥିବା କର୍ମୀ ମାନଙ୍କୁ ଉଚିତ ଦଣ୍ଡ ଦିଆଯାଉ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ