ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ ଶ୍ରମିକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣ ନୀତିକୁ ଏହି ବୈଠକରେ ତୀବ୍ର ବିରୋଧ କରାଯାଇଥିଲା । ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ସରକାର ଶିକ୍ଷକ ନିଯୁକ୍ତି କରୁନାହାଁନ୍ତି । ଶ୍ରେଣୀ ପିଛା ଶିକ୍ଷକ, ବିଷୟଭିତ୍ତିକ ଶିକ୍ଷକ, କିରାଣୀ ଓ ପିଅନ ବିଦ୍ୟାଳୟରେ ନିଯୁକ୍ତି କରାଯାଉ ନାହିଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ବୋଲି ସଂଘ ଅଭିଯୋଗ କରିଛି । ଗୋଟିଏ ପଟେ ସରକାର ଠିକା ଓ ଚୁକ୍ତି ଶିକ୍ଷକ ନିଯୁକ୍ତି କରି ଉଚ୍ଚଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଶୋଷଣ କରୁଥିବା ବେଳେ ଅନ୍ୟପଟେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ପାଠ୍ୟପୁସ୍ତକ ଓ ଉନ୍ନତମାନର ମଧ୍ୟାହ୍ନଭୋଜନ ନ ଯୋଗାଇ ଛାତ୍ରଛାତ୍ରୀମାନଙ୍କ ଭବଷ୍ୟତ ସହ ଖେଳ ଖେଳୁଛନ୍ତି । ଦେଶ ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ପ୍ରତ୍ୟେକ ବିଦ୍ୟାଳୟରେ ଶ୍ରେଣୀ ପିଛା ଶ୍ରେଣୀ ଗୃହ, ଶୌ•ଳୟ, ଖେଳ ପଡ଼ିଆ, ଅଫିସ୍ ଗୃହ ସରକାର ଯେଗାଇବାରେ ବିଫଳ ହୋଇଛନ୍ତି । ତେଣୁ ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବାଧାପ୍ରାପ୍ତ ହେଉଛି । ସରକାର ଗୃହ ବିଭାଗ କର୍ମ•ରୀ, ନର୍ସ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ପୋଷାକ ଭତ୍ତା ଦେଉଥିବା ବେଳେ ସରକାରଙ୍କ ଅପିଲ୍କୁ ଗ୍ରହଣ କରି ସମସ୍ତ ଶିକ୍ଷକ ଡ୍ରେସ୍ କୋଡ଼କୁ ଗ୍ରହଣ କରି ପୋଷାକ ପିନ୍ଧିଥିଲେ ମଧ୍ୟ ସରକାର ଶିକ୍ଷକମାନଙ୍କୁ ପୋଷାକ ଭତ୍ତା ଦେଉନାହାଁନ୍ତି । ନିର୍ବାଚନ ପୂର୍ବରୁ ସରକାର ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡ଼ର ସଂଶୋଧନ କରିଥିଲେ ମଧ୍ୟ ଶିକ୍ଷକମାନଙ୍କ ପଦୋନ୍ନତିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ୨୦୧୬ ମସିହା ଠାରୁ ରାଜ୍ୟରେ ସପ୍ତମ ବେତନ କମିଶନ ଲାଗୁ କରାଯାଇଥିଲେ ମଧ୍ୟ ସରକାର ଶିକ୍ଷକ କର୍ମ•ରୀମାନଙ୍କୁ ଘରଭଡ଼ା ଓ ୬୦% ବକେୟା ଆଜି ପର୍ଯ୍ୟନ୍ତ ପ୍ରଦାନ କରିନାହାଁନ୍ତି । ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ଘରଭଡ଼ା, ୬୦% ବକେୟା ଓ ପୋଷାକ ଭତ୍ତା ତୁରନ୍ତ ପ୍ରଦାନ କରିବାକୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଦାବି କରିଛନ୍ତି । ଯଦି ସରକାର ଖୁବ୍ ଶୀଘ୍ର ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ଯୁଗ୍ମ ସାଧାରଣ ସମ୍ପାଦକ ପ୍ରବୀଣ କୁମାର ଦାସ, କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ୍, ସୁରେନ୍ଦ୍ର କୁମାର ରାଉତ, କୃଷ୍ଣଚନ୍ଦ୍ର ବେହେରା, କେଶବଚନ୍ଦ୍ର କର, ସୁଦାମ ଦଳବରା, ଜିତେନ୍ଦ୍ର କୁମାର ନାୟକ, ପ୍ରସନ୍ନ କୁମାର ଜେନା, ଦିଲ୍ଳୀପ କୁମାର ମିଶ୍ର, ଶରତ କୁମାର ସେଠୀ, ଟୁଲୁ ମହାନ୍ତି, ଗଜେନ୍ଦ୍ର ମାଝୀ, ନରେଶ କୁମାର ପାତ୍ର, ମହୋଶ୍ୱର ମହାରଣା, ସୁଧାଂଶୁ ଶେଖର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।\n