ପ୍ରେମିକାର ଆତ୍ମହତ୍ୟା ଖବର ଶୁଣି ପ୍ରେମିକ କଲେ ଆତ୍ମହତ୍ୟା

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ର ପୁର ଗ୍ରାମରେ ଶନିବାର ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଗ୍ରାମର ଜଣେ ଯୁକ୍ତ ୨ ନାବାଳିକା ଛାତ୍ରୀ ମଧ୍ୟାହ୍ନରେ ଘରର ଗାଧୁଆ ଘରେ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ବେଳେ ଖବର ପାଇ ସେହି ଗ୍ରାମର ତାଙ୍କ ପୁରୁଷ ବନ୍ଧୁ  ଯୁକ୍ତ ୩ ଛାତ୍ର ଶଙ୍କର ପ୍ରଧାନ ମାନସିକ ଭାରସାମ୍ୟ ହରାଇ ଅପରାହ୍ନରେ ଗ୍ରାମ ନିକଟ ରଘୁନାଥପୁର ପାହାଡ଼ ସଂଲଗ୍ନ ଏକ ଗଛରେ ରଶି ଲଗାଇ ଜୀବନ ହାରିଥିବା  ଜଣାପଡିଛି।ପାଟପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ଜବତ କରି ରାତି ୯ ଟାରେ ମୃତଦେହ କୁ ଥାନା ଅପମୃତ୍ୟୁ ମାମଲା ନଂ. ୬/୨୫ ଅନୁଯାୟୀ  ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି। ଉଭୟେ ଗ୍ରାମ ନିକଟସ୍ଥ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ କଲେଜରେ ପାଠ ପଢୁଥିବା ବେଳେ ଗତ କିଛି ବର୍ଷ ହେଲା ଉଭୟେ ଉଭୟଙ୍କୁ  ଭଲ ପାଉଥିଲେ। ଉଭୟେ ଗୋଟିଏ ଜାତି ର ହୋଇଥିବା ରୁ ବିବାହ ପାଇଁ ଶପଥ କରିଥିଲେ। ଉଭୟେ ଖୁବ୍ ହସ ଖୁସିରେ ମିଳାମିଶା କରୁଥିଲେ।  ଶଙ୍କର ତାଙ୍କ ମାତା ପିତା ଙ୍କ ଏକମାତ୍ର ପୁଅ ଅଟନ୍ତି। ଛାତ୍ରୀ ଜଣକ କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଖବର ପ୍ରଘଟ ହେବାପରେ ଶଙ୍କର ବିଚଳିତ ହୋଇ ଏଭଳି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।ଏନେଇ ଗ୍ରାମରେ ନାନା ଚର୍ଚ୍ଚା ଲାଗି ରହିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଉଭୟ ପରିବାର ବନ୍ଧୁ ପରିଜନ ଦୁଃଖରେ ଭାଙ୍ଗି ପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ