ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଡକ୍ଟରଙ୍କ ଜନ୍ମଦିନରେ ବୃକ୍ଷରୋପଣ ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନରେ ରାଜଭବନ ସ୍କୁଲ୍ ପରିସରରେ ଏକ ବୃକ୍ଷରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡ଼କ୍ଟର ଶ୍ରୀଚନ୍ଦନ ନିଜେ ଗଛ ଲଗାଇ କହିଥିଲେ ଯେ, ବର୍ତ୍ତମାନର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଜନିତ ସମସ୍ୟା କବଳରୁ ଜୀବଜଗତକୁ ସୁରକ୍ଷା ପ୍ରଦାନ ପାଇଁ ବ୍ୟାପକ ବୃକ୍ଷରୋପଣ ନିତାନ୍ତ ଆବଶ୍ୟକ । ତେଣୁ ଆମ୍ଭେମାନେ ଜନ୍ମଦିନ, ବିବାହ, ବ୍ରତଘର ଆଦି ପାରିବାରିକ ଉତ୍ସବ ଅବସରରେ ବୃକ୍ଷରୋପଣ ପରି ପରମ୍ପରା ସଂଯୋଗ କଲେ ଅନେକ ବୃକ୍ଷରୋପଣ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଦିବ୍ୟରଞ୍ଜନ ମିଶ୍ର, ଅଜୟ ଗୁମାନସିଂହ ପ୍ରମୁଖ ବହୁ ସାମାଜିକ କର୍ମୀ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ପରେ ୮ ନମ୍ବର ବସ୍ତିର ଛୋଟ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ