ପ୍ଲାଜମା ଦାନ ପାଇଁ ଇଛା ଜାହିର କଲେ କରୋନା ମୁକ୍ତ ଯୁବ ସାମ୍ବାଦିକ ହିମାଂଶୁ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ପ୍ଲାଜମା ଦାନ ପାଇଁ ଇଛା ଜାହିର କଲେ କରୋନା ମୁକ୍ତ ସାମ୍ବାଦିକ ଶୁଭେଛା ଜଣାଇଲେ ଉପ-ଜିଲ୍ଲାପାଳ ଓ କେନ୍ଦ୍ରମନ୍ତ୍ରୀ କରୋନା ଯୋଦ୍ଧା ଭାବରେ ନିଜ କର୍ତ୍ତବ୍ୟ ତୁଲାଉ ତୁଲାଉ ମହାମାରୀର ଶିକାର ହୋଇଥିଲେ କୁକୁଡାଖଣ୍ଡି ବ୍ଲକର ଏକ ଦୈନିକ ଖବର କାଗଜ ସାମ୍ବାଦିକ ହିମାଂଶୁ ଶେଖର ପାଢ଼ୀ I ପରବର୍ତ୍ତୀ ସମୟରେ ହିଞ୍ଜିଳିକାଟୁ କୋଭିଡ ଡାକ୍ତରଖାନାରେ ଚିକିତ୍ସା ହେବାପରେ ସୁସ୍ଥ ଲାଭ କରି ଘରକୁ ଫେରିଚନ୍ତି I ପରବର୍ତ୍ତୀ ସମୟରେ ଏକ ଭିଡିଓ ମଧ୍ୟମରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ନିଜ ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ସୁସ୍ଥ କରାଇବେ ବୋଲି ଇଚ୍ଛା ପ୍ରକଟ କରିଥିଲେ I ଏନେଇ ତାଙ୍କୁ ପୂର୍ବରୁ ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଓ କୁକୁଡାଖଣ୍ଡି ତହସିଲଦାର ଡ଼ଃ.ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଟୁଇଟ ମାଧ୍ୟମରେ ଢ଼େର ପ୍ରଶଂସା କରି ତାଙ୍କୁ କରୋନା ଯୋଦ୍ଧା ରୂପେ ଅଭିହିତ କରିଥିବା ବେଳେ ପୁଣି ବାଲେଶ୍ବର ସାଂସଦ ତଥା ଏମଏମଇ,ପଶୁ ଓ ମସ୍ଛସଂପଦ ବିଭାଗ ର କେନ୍ଦ୍ରୀୟ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ଟ୍ବିଟର ଓ ଫେସବୁକ ମାଧ୍ୟମରେ ତାଙ୍କ ଆରୋଗ୍ୟ କାମନା କରିବା ସହ ପ୍ଲାଜାମା ଦାନ କରିବାକୁ ଇଛା କରିଥିବାରୁ ଧନ୍ୟବାଦ ଜଣାଇବା ସହ ଖୁସି ବ୍ୟକ୍ତ କରିଚନ୍ତି ଏବଂ ସମସ୍ତ ସୁସ୍ଥ ବ୍ୟକ୍ତି ଏହିପରି ପ୍ଲାଜମା ଦାନ ପରି ମହତ କାର୍ଯ୍ୟକରି ଅନ୍ୟ ଆକ୍ରାନ୍ତଙ୍କ ଜୀବନ ବଞ୍ଚେଇବାକୁ ଆହ୍ୱାନ କରିଚନ୍ତି I ଅନ୍ୟାପକ୍ଷରେ ସାମ୍ବାଦିକଙ୍କ ମହତ ପଣିଆକୁ ବିଜେପି ରାଜ୍ୟ ଉପସଭାପତି ଭ୍ରୃଗୁବକ୍ସି ପାତ୍ର ମଧ୍ୟ ଭୂଅସି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ