ଫକୀରମୋହନ ନଗର ବିକାଶ ପରିଷଦ ତରଫରୁ ସ୍ୱାଧୀନତା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସକାଳ ୭ ଘଟିକା ସମୟରେ ଈଶାନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଫକୀରମୋହନ ନଗର ବିକାଶ ପରିଷଦ ତରଫରୁ ସଭାପତି ଶ୍ରୀ ଶଚୀନ୍ଦ୍ର ଦାସ ପତାକା ଉତ୍ତୋଳନ କରି ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ମୃତିଚାରଣ କରିଥିଲେ । କରଞ୍ଜିଆ ଗ୍ରା:ପ.ର ସରପଞ୍ଚ ଶ୍ରୀ ମୁକୁନ୍ଦ ଭାରତୀ ଦେଶ ତଥା ସମାଜର ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ବିକାଶ ପରିଷଦର ପୂର୍ବତନ ସଭାପତି ଶ୍ରୀ କ୍ଷିତିଶ୍ୱର ଦାଶ ଓ ବରିଷ୍ଠ ସଦସ୍ୟ ଶ୍ରୀ ଗୋପୀନାଥ ଦାସ ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ସମସ୍ତେ ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ସାଧାରଣ ସଂପାଦକ ଶ୍ରୀ ଅଶୋକ କୁମାର ଦାସ ଓ କୋଷାଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ କୁମାର ଦାସ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିକାଶ ପରିଷଦର କର୍ମକର୍ତ୍ତା ତଥା ସଭ୍ୟ ଶ୍ରୀ ସୋମନାଥ ଚଣ୍ଡ, ବିଜୟ ଗିରି, ସମ୍ବିତ୍ ବେହେରା, ରମେଶ ଚନ୍ଦ୍ର ସାହୁ, ଯୁଧିଷ୍ଠିର ନନ୍ଦ, ଗୋପୀନାଥ ଦାସ, ହରେକୃଷ୍ଣ ପତି, ସୁରେନ୍ଦ୍ର ନାଥ ପାଣି, ସୁବ୍ରତ ଗିରି, ରବୀନ୍ଦ୍ରନାଥ ପାଳ, ଚିତ୍ତରଞ୍ଜନ ବାରିକ, ଜିତେନ୍ ଲେଙ୍କା, ବିଦ୍ୟାଧର ପ୍ରଧାନ, ନିତ୍ୟାନନ୍ଦ ପାଲ, ପ୍ରଦୀପ ସାହୁ, ସୁମନ୍ତ ଗିରି, ଜଗମୋହନ ଜେନା, ଦେବାଶିଷ ପାଣିଗ୍ରାହୀ, ରମେଶ ଦାସ, ଭଗବାନ ବେହେରା ପ୍ରଭୃତି ବହୁ ସଦସ୍ୟ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ