ଫନି କ୍ଷତିଗ୍ରସ୍ତ ନଡ଼ିଆଚାଷୀଙ୍କୁସହାୟତା ପ୍ରଦାନ ;କେନ୍ଦ୍ରସରକାର

ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ ।ଫନିରେ ରାଜ୍ୟର ନଡ଼ିଆ ଚାଷ କ୍ଷତିଗ୍ରସ୍ତ ଅଂଚଳସମ୍ପର୍କିତବିସ୍ତୃତରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଙ୍କୁ କେନ୍ଦ୍ରକୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଶ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ।ଓଡ଼ିଶାରେ ନଡିଆ ଚାଷରବିକାଶ ପାଇଁ ନାରିକେଳ ବିକାଶବୋର୍ଡ୨୯.୬୫୯କୋଟିଟଙ୍କାସହାୟତାରାଶି ପ୍ରଦାନ କରିଛନ୍ତି । ଏତଦ୍ବ୍ୟତୀତ କେନ୍ଦ୍ରସରକାର ଓଡ଼ିଶାକୁ ସିଆରଏଫ ସହାୟତାରାଶି ମଧ୍ୟ ପ୍ରଦାନ କରିବେ ।ଓଡ଼ିଶାରେ ପ୍ରାୟ ୫୧ ହଜାର ହେକ୍ଟରଜମିରେ ନଡ଼ିଆଚାଷହେଉଛି ଏବଂ ରାଜ୍ୟରେ କୃଷିକ୍ଷେତ୍ରର ବିକାଶରେ ନଡିଆ ଚାଷ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିବୋଲି ଶ୍ରୀତୋମାର କହିଛନ୍ତି । ଆଜି ଭୁବନେଶ୍ୱରର କିଟ୍ବି ଶ୍ୱବିଦ୍ୟାଳୟରେ ବିଶ୍ୱ ନାରିକେଳ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀତୋମାରକହିଛନ୍ତି, ଓଡ଼ିଶାରୁ ୩୦ ଲକ୍ଷଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତବାର୍ଷିକ ୬ ହଜାରଟଙ୍କାସହାୟତା ପାଉଛନ୍ତି ।ବଳକାଚାଷୀଙ୍କ ତାଲିକା କେନ୍ଦ୍ରସରକାରଙ୍କୁ ପଠାଇବାକୁ ସେ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।ସେକହିଥିଲେ ଆଗାମୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ରାଂଚିଠାରେ ପ୍ରଧାନମନ୍ତ୍ରୀକିଷାନ ମାନ ଧନ ଯୋଜନାର ଆନୁଷ୍ଠାନିକଶୁଭାରମ୍ଭ କରିବେ ।ଏହି ଅବସରରେ ପ୍ରାୟ ୧୦ ଲକ୍ଷକୃଷକଙ୍କୁସହାୟତାରାଶି ପ୍ରଦାନ କରାଯିବ ।ଏହିଯୋଜନା ଅନ୍ତର୍ଗତଓଡ଼ିଶାରୁବର୍ତମାନ ସୁଦ୍ଧା ୫୨ ହଜାରଚାଷୀ ପଞ୍ଜିକରଣକରିଛନ୍ତି ।ଯୋଜନା ଅନ୍ତର୍ଗତ ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ଚାଷୀ ୫୫ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଜମାରାଶିରଖିବେ ।ଭାରତସରକାରସମାନ ରାଶିଉକ୍ତଚାଷୀଙ୍କଖାତାରେଯୋଡିବେ ।ଚାଷୀଙ୍କୁ ୬୦ ବର୍ଷହେଲା ପରେମାସକୁସର୍ବାଧିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନମିଳିବ । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କନେତୃତ୍ୱାଧୀନ କେନ୍ଦ୍ର ସରକାର ବିଭିନ୍ନ ଶସ୍ୟ ଜାତୀୟ ଉତ୍ପାଦ ଉପରେ ଏମଏସପି ଦେଢଗୁଣାପର୍ଯ୍ୟନ୍ତ ବୃଦ୍ଧିକରିଛନ୍ତି । ୨୦୨୨ ସୁଦ୍ଧାଚାଷୀଙ୍କ ଆୟ ଦ୍ୱିଗୁଣିତକରିବା ପାଇଁ କେନ୍ଦ୍ରସରକାର ପ୍ରତିଶ୍ରୁତିବଦ୍ଧ । ମନ୍ତ୍ରୀଶ୍ରୀତୋମାରକହିଥିଲେ ଆମ ଦେଶରେ ୧ କୋଟି ନଡିଆଚାଷୀରହିଛନ୍ତି ଓ ଭାରତବିଶ୍ୱର ଅଗ୍ରଣୀ ନଡିଆ ଉତ୍ପାଦନ କାରୀରାଷ୍ଟ୍ର ।ସମସ୍ତକୃଷିଉତ୍ପାଦନ ମଧ୍ୟରୁ ନାରିକେଳରେ ସର୍ବାଧିକମୂଲ୍ୟସମ୍ବର୍ଦ୍ଧନ ହୋଇପାରିବ ।ତେଣୁ ନଡିଆଚାଷକୁସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି ।ବିଶ୍ୱବଜାରରେ ଭାରତରନଡିଆ ଓ ଆନୁସଙ୍ଗିକ ପଦାର୍ଥରଚାହିଦା ବୃଦ୍ଧିଲାଗିଆଗାମୀ ଦିନରେ ଦେଶବ୍ୟାପୀ ୧୦ ହଜାର ଏଫପିଓସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ ।ଏହି ଏଫପିଓକେନ୍ଦ୍ର ଦ୍ୱାରାଚାଷୀମାନଙ୍କୁବିଭିନ୍ନଗୁରୁତ୍ୱପୂର୍ଣ୍ଣସୂଚନା ଓ ସହାୟତା ପ୍ରଦାନ କରାଯିବ ।ଏହିକେନ୍ଦ୍ରଗୁଡ଼ିକ ନଡ଼ିଆଚାଷୀଙ୍କ ଦକ୍ଷତାବିକାଶରେ ମଧ୍ୟ ସହାୟକହେବ ।ବର୍ତମାନ ଦେଶରେସରକାରୀସହାୟତାରେ ୪୮୪ଟି ନଡିଆଉଦ୍ୟୋଗଚାଲୁଅଛି । ୨୦୨୨ ସୁଦ୍ଧାଏହିସଂଖ୍ୟାକୁ ଦ୍ୱିଗୁଣିତକରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।ଏଥିପାଇଁ ନଡିଆଚାଷୀ ମାନଙ୍କୁ ଷ୍ଟାର୍ଟଅପ ଆରମ୍ଭ କରିବା ପାଇଁକେନ୍ଦ୍ରସରକାରପୋତ୍ସାହିତକରିବେ ।
ଏହି ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣସାହୁ, ଭାରତସରକାରଙ୍କ କୃଷିମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ, ଓଡିଶାସରକାରଙ୍କ କୃଷିବିଭାଗ ପ୍ରମୁଖ ସଚିବ ସୌରଭଗର୍ଗ, ଭୁବନେଶ୍ୱର (ଉତର) ବିଧାୟକ ସୁଶାନ୍ତ କୁମାରରାଉତ ଓ ନାରିକେଳବୋର୍ଡ ଅଧ୍ୟକ୍ଷାଶ୍ରୀମତୀଭି.ଉଷାରାଣୀ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ନାରିକେଳ ବିକାଶବୋର୍ଡ ଦ୍ୱାରା ପ୍ରସ୍ତୁତବିଭିନ୍ନ ପୁସ୍ତିକା ଓ ପତ୍ରିକାର ଉନ୍ମୋଚନ ହୋଇଥିଲା ।ସମାରୋହ ରେଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲଙ୍ଗାନା, ଆସାମ ଆଦିରୁ୫୦୦ରୁ ଊଦ୍ଧ୍ୱର୍ନଡିଆଚାଷୀଯୋଗଦେଇଥିଲେ । ନଡିଆଚାଷ ପ୍ରଣାଳୀ ଓ ବିଭିନ୍ନ ଉତ୍ପାଦକ କୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ