ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବକୁ ଶତରୂପା ସମ୍ମାନ

ଭୁବନେଶ୍ୱର : ପ୍ରଶିକ୍ଷକମାନଙ୍କ ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟରକ୍ଷା ପାଇଁ ନିଶୁଳ୍କ ତାଲିମ ପ୍ରଦାନ କରିବା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଦୀର୍ଘ ଦୁଇବର୍ଷ ଧରି କାର୍ଯ୍ୟକରି ଆସୁଥିବା ଆଇ.ଆର.ସି. ଭିଲେଜସ୍ଥିତ ଫନ୍ ଆଣ୍ଡ ଫିଟନେସ୍ କ୍ଲବକୁ ‘ଶତରୂପା ସମ୍ମାନ୨୦୨୦”ରେ ସମ୍ମାନିତ କରାଯାଇଛି । ଜୟଦେବ ଭବନଠାରେ ଶତରୂପା ସଙ୍ଗୀତ ଓ ସାହିତ୍ୟ ପ୍ରକାଶିକା, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମ୍ମାନ ପ୍ରଦାନ କରିବା ସହିତ କ୍ଲବ ଦ୍ୱାରା କରାଯାଉଥିବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । କ୍ଲବର ସମସ୍ତ ସଦସ୍ୟ ସଦସ୍ୟା ସମାରୋହରେ ଉପସ୍ଥିତ ରହି ପ୍ରଶଂସା ପତ୍ର, ଟ୍ରଫି ଓ ଉତ୍ତରୀୟ ଗ୍ରହଣ କରିବା ସହିତ କ୍ଲବର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ