ଫରୱାର୍ଡ଼ ବ୍ଲକର ଜିଲା କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଫରୱାଡ଼ ବ୍ଲକ ବାଲେଶ୍ୱର ଜିଲା କମିଟିର ଏକ ବୈଠକ ସଭାପତି ସର୍ବେଶ୍ୱର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଦଳର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ଗତ ୧୭ ଓ ୧୮ ତାରିଖରେ ଅନୁଷ୍ଠିତ କେନ୍ଦ୍ର କମିଟି ବୈଠକର ନିଷ୍ପତ୍ତି ଏବଂ ଗି ୩୦ ଓ ୧ ତାରିଖରେ ରାଜ୍ୟ କମିଟି ବୈଠକରେ ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥିରେ ବାଲେଶ୍ୱର ଜିଲାରେ ସାଧାରଣ ସଂପାଦକ ଲକ୍ଷ୍ମୀଧର ଗିରି ସଭା ପରିଚାଳନା କରିଥିଲେ । ଏହି ଅବସରରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଷ୍ଟେସନ ଛକ ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଶୁଭାରମ୍ଭ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ