ଫାଇନାନସ କର୍ମଚାରୀ ଠାରୁ ଟଙ୍କା ଲୁଟ ଘଟଣା : ୨ଗିରଫ, ଜଣେ ଅଟକ,

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଧେଢ଼ମାସ ତଳେ ଘଟିଥିବା ଏକ ଲୁଟ ଘଟଣାରେ କେନ୍ଦୁଝର ଜିଲ୍ଲା ସୋସୋ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଥିବାବେଳେ ଜଣକୁ ଅଟକ ରଖିଛନ୍ତି । ଖବରରୁ ଜଣାଯାଇଛି ଯେ ଗତ ଜୁଲାଇମାସ ୨୯ତାରିଖ ଦିନ ଦୁଇଟା ବେଳେ ‘ଭାୟା’ ନାମକ ଏକ ଅର୍ଥଲଗାଣକାରୀ ସଂସ୍ଥାର ସ୍ୱରାଜ ରାଉତ ନାମକ ଜଣେ କର୍ମଚାରୀ ଖପରାଖାଇ ଗ୍ରାମକୁ କିସ୍ତିଟଙ୍କା ଆଦାୟ କରିବାକୁ ଯାଇଥିଲେ । ସେ ଗ୍ରୁପ ମାନଙ୍କ ଠାରୁ ୯୦ହଜାର ୬୩୭ଟଙ୍କା ଆଦାୟ କରି ବାଇକରେ ଫେରୁଥିବାବେଳେ ଖପରାଖାଇ ଗାଁ ଠାରୁ ଏକ କିଲୋମିଟର ଦୁରରେ ବନ୍ତଳା ଖପରାଖାଇ ନିକଟ କେନାଲ ରାସ୍ତାରେ ଛକି ବସିଥିବା ତିନିଜଣ ଦୁର୍ବୁତ କର୍ମଚାରୀ ଜଣକୁ ଅଟକାଇ ଏକ ଗୋଇଠା ମାରିବାରୁ କର୍ମଚାରୀ ଜଣକ ବାଇକ ସହ ତଳେ ପଡିଯାଇଥିଲେ । ଦୁର୍ବୁତମାନେ ତାଙ୍କୁ ମାଡମାରି ଟଙ୍କାବ୍ୟାଗ ଟିକୁ ଛଡାଇ ନେଇ ଆଖି ପିଛୁଳାକେ ପଳାଇଥିଲେ । ସେମାନେ ମୁହଁରେ ତଉଲିଆ ଗୁଡାଇଥିବା ରୁ କେହି ସେମାନଙ୍କୁ ଚିହ୍ନି ପାରିନଥିଲେ । ମାତ୍ର ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ନେଇ ଲୋକମାନେ ସନ୍ଦେହ କରିଥିଲେ । ଏନେଇ କର୍ମଚାରୀ ଜଣକ ସୋସୋ ଥାନାରେ ଅଭିଯୋଗ କରିବାପରେ ସୋସୋ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ଗତକାଲି କୌଣସି ସୁତ୍ରରୁ ଖବରପାଇ ସୋସୋ ପୁଲିସ ନନ୍ଦିପଦା ପୁଲିସ ସହଯୋଗରେ ମରୈଗାଁର ଲିଟୁ ଯେନା, ଚଣ୍ଡିବିରଞ୍ଚିପୁରର ଦେବେନ୍ଦ୍ର ଯେନାକୁ ଗିରଫ କରିବାରେ ସଫଳ ହୋଇଥିଲେ । ଲୁଟେରାମାନେ ବ୍ୟବହାର କରଥିବା ବାଇକର ମାଲିକ କାଳିଆ ଟୁଡୁକୁ ମଧ୍ୟ ପୁଲିସ ଧରିନେଇ ପଚରା ଉଚୁରା କରୁଛି । ଲୁଟେରାମାନେ ତା ଠାରୁ ବାଇକଟିକୁ ମାଗି ନେଇଥିବା ସ୍ୱୀକାର କରିବାସହ ଲୁଟ ସମ୍ପର୍କରେ କିଛି ଜାଣି ନଥିବା କହିଛି । ଏହି ଲୁଟର ମୁଖ୍ୟ ସୁତ୍ରଧର କୁହାଯାଉଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାକୁ ଧରିବାରେ ପୁଲିସ ସଫଳ ହୋଇପାରିନି । ଲୁଟ ଟଙ୍କାକୁ ତିନିହେଁ ଭାଗ କରିନେଇଥିବା ଗିରଫ ଅଭିଯୁକ୍ତମାନେ ସ୍ୱୀକାର କରିଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ