ଫାଇନାନ୍ସ କମ୍ପାନୀ କର୍ମଚାରୀ ପଜେଟିଭ୍ ଚିହ୍ନଟ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । କାଣ୍ଡବା ଗ୍ରାମର ଏହି କର୍ମଚାରୀ ଜଣକ ଦ୍ୱାର ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି । କର୍ମଚାରୀ ଅଟନ୍ତି । ସେ ଆଗରପଡା ଅଞ୍ଚଳର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ଫାଇନାନ୍ସ କରିବା ସହିତ କିସ୍ତି ଆଦାୟ କରନ୍ତି । ତାଙ୍କର ପଜେଟିଭ୍ ବାହାରିବା ପରେ ତାଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଆକ୍ରାନ୍ତଙ୍କ ପରିବାର ଲୋକେ ହୋମ କ୍ୱାରାଣ୍ଟାଇନ୍ରେ ରହିଥିବା ଜଣାଯାଇଛି ।