ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଟଙ୍କା ଲୁଟ
ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ବ।ମେବାରି ଥାନା ଅନ୍ତର୍ଗତ ଗୁରୁଡ। – ପଳଶ। ରାସ୍ତାରେ ବୁଧବାର ଦିନ ଅପରାହ୍ନ ୨ ଘଟିକା ସମୟରେ ଭାରତ ଫାଇନାନ୍ସ କର୍ମଚାରୀ ନବ କୃଷ୍ଣ ରାଉତ ଙ୍କ ଠାରୁ ୫୨ ହଜାର ୭୬୫ ଟଙ୍କା ବନ୍ଧୁକ ଦେଖାଇ ଦୁବୃର୍ତ୍ତ ମାନେ ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ଫାଇନାନ୍ସ କର୍ମଚାରୀ ରାଉତ ତାଙ୍କ ବାଇକ୍ ଯୋଗେ ବିଭିନ୍ନ ଅଞ୍ଚଳ ରୁ ଋଣ ଟଙ୍କା ସଂଗ୍ରହ କରି ଉକ୍ତ ରାସ୍ତା ଦେଇ ଝୁମ୍ପୁରା ଅଭିମୁଖେ ଯାଉ ଥିଲେ ।ଦୁଇ ଜଣ ଦୂର୍ବୁର୍ତ ବାଇକ୍ ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଭୟ ଭିତ କରି ସେ ଧରିଥିବା ଟଙ୍କା ବ୍ୟାଗ୍ କୁ ଲୁଟି ନେଇଥିଲେ। ଏ ନେଇ ବାମେବ।ରି ଥାନାରେ କେସ ନଂ ୨୬୮/୨୦୨୪ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି ପ୍ରଫୁଲ୍ଲ ଲାକ୍ରା କହିଛନ୍ତି ।ଦିନ ଦ୍ୱିପ୍ରହର ରେ ଏହିପରି ଲୁଟ ଘଟଣା ଘଟିବା ପରେ ଖଣି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।