ଫାଇଲେରିଆ ନିରାକରଣ ପାଇଁ ଏକ ସଂକଳ୍ପ ସଭା ଅନୁଷ୍ଠିତ

ଭଞ୍ଜନଗର,(ସନ୍ତୋଷ ଜେନା):ସରକାରଙ୍କ ପକ୍ଷରୁ ଚାଲିଥିବା ଫାଇଲେରିଆ ନିରାକରଣ ଅଭିଯାନରେ ଛାତ୍ରଛାତ୍ରୀ ସାମିଲ ହେବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦିଆଯାଇଛି | ଗଞ୍ଜାମ ଜିଲ୍ଲାର ସ୍ଥାନୀୟ ଜଗନ୍ନାଥପ୍ରସାଦ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ା.ପ୍ରମୋଦ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା| ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗୀୟ ମୁଖ୍ୟ ତଥା ୟୁଥ ରେଡ଼କ୍ରସ ମୁଖ୍ୟ ନିରଞ୍ଜନ ଶତପଥୀ, ଅଧ୍ୟାପକ ଶ୍ରୀକାନ୍ତ ପାତ୍ର,ଅଧ୍ୟାପିକା ସୁଚରିତା କର ଏବଂ ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଫାଇଲେରିଆ ରୋଗ ର କାରଣ ନିରାକରଣ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇ କହିଥିଲେ |ସେହିଭଳି ଛାତ୍ରଛାତ୍ରୀ ନିଜେ ସଚେତନ ହୋଇ ନିଜ ଅଞ୍ଚଳରେ ଜଣେ ସୈନିକ ଭଳି ସଚେତନତା ସୃଷ୍ଟି କରି ଫାଇଲେରିଆ ନିରାକରଣ ଅଭିଯାନକୁ ସଫଳ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ |ସରକାରଙ୍କ ପକ୍ଷରୁ ଆସନ୍ତା ଅଗଷ୍ଟ 10 ଠାରୁ 19 ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |ଏଥିରେ ଯେପରି ସମସ୍ତେ ସାମିଲ ହେବେ ତୃଣମୂଳ ସ୍ତରରେ ଅଧିକ ସଚେତନତା କରିବାକୁ ଅନୁରୋଧ କରାଯାଇ ଥିଲା| ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଅଙ୍ଗନବାଡି କର୍ମୀ ପୁଷ୍ପା ପାଣି ଆଶାକର୍ମୀ ପୁଷ୍ପାଞ୍ଜଳି ସେଠିଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ | ସେହିଭଳି ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ସମରବନ୍ଧ ଏବଂ କ୍ଷେତମୁଣ୍ଡଳୀ ସବସେଣ୍ଟର ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ