ଫାଣ୍ଡି ରୁ ଅଭିଯୁକ୍ତ ଫେରାର କୁ ନେଇ ଚର୍ଚ୍ଚା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ନୟାହାଟ ଫାଣ୍ଡି ରୁ ଜଣେ ଅଭିଯୁକ୍ତ ଯୁବକ ଫେରାର ହେବା ଘଟଣା କୁ ନେଇ ସାଧାରଣରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶ ଯେ, ଧୂମାଳ ଗ୍ରାମ ର ଅଜୟ କୁମାର ଖଟୋଇ (୩୭) ନାମକ ଯୁବକ ଙ୍କ ନାମ ରେ ଗୋପ, ନିମାପଡା ଥାନା ଓ ନୟାହାଟ ଫାଣ୍ଡି ରେ ଏକାଧିକ ମାମଲା ରହିଛି। ଅଜୟ ଦୀର୍ଘଦିନ ହେବ ପୋଲିସ ଆଖିରେ ଧୂଳି ଦେଇ ଫେରାର ରହିଥିଲା। ଦୁଇ ଦିନ ହେଲା ସେ ଗାଁ କୁ ଆସିଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଧୂମାଳ ଗାଁ ରେ ଚଢାଉକରି ତାକୁ ଗିରଫ କରିଥିଲେ। ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ତାଙ୍କୁ ଫାଣ୍ଡି ରେ ଅଟକ ରଖି ପଚରାଉଚରା କରିବା ସହିତ ତା ସୂଚନା ଅନୁସାରେ ବିଭିନ୍ନ ସ୍ଥାନ ରୁ ୩ଟି ମୋବାଇଲ ଓ କିଛି ଚୋରି ସାମଗ୍ରୀ ଜବତ କରିଥିଲେ। ତେବେ ଖରାବେଳେ ଫାଣ୍ଡି ଅଧିକାରୀ ଓ ପୋଲିସ କର୍ମଚାରୀ ବିଶ୍ରାମ ନେଇଥିବା ବେଳେ କୌଶଳ କ୍ରମେ ଅଭିଯୁକ୍ତ ଅଜୟ ଫାଣ୍ଡି ରୁ ଫେରାର ହୋଇଯାଇଥିବା ପୋଲିସ କହୁଥିବାବେଳେ ତାଙ୍କ ପୁଅ ଅଜୟ କୁ ପୋଲିସ ଏନକାଉଣ୍ଟର କରି ଘଟଣା କୁ ଭିନ୍ନ ରୂପ ଦେଉଥିବା ତାଙ୍କ ମା ଶୈଳବାଳା ଖଟୋଇ ଅଭିଯୋଗ କରି ଫାଣ୍ଡି ସମ୍ମୁଖରେ ଧାରଣା ଦେଇଛନ୍ତି। ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର ଘଟଣା ସ୍ଥଳ ରେ ପହଞ୍ଚି ଅଜୟ ଙ୍କ ମା ଙ୍କୁ ବୁଝାସୁଝା କରି ଘରକୁ ପଠାଇ ଦେଇଥିବାବେଳେ ଅଜୟ କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନ ରେ ଚଢାଉ ଜାରି ରଖିଛନ୍ତି।ତେବେ କିଭଳି ପରିସ୍ଥିତି ରେ ପୋଲିସ ହେପାଜତରେ ଥିବା ଏକ ଅଭିଯୁକ୍ତ ଫେରାର ହୋଇଗଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସବୁଠାରୁ ଉଦବେଗ ର ବିଷୟ ଏହି ଫାଣ୍ଡି ଟି ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ନିଜ ନିର୍ବାଚନମଣ୍ଡଳୀ ରେ ରହିଛି।ପୁରୀ ଜିଲ୍ଲା ଏସ ପି କନୱର ବିଶାଲ ସିଂ ଏହି ଘଟଣାକୁ ଗୁରୁତର ସହ ନେଇ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଙ୍କୁ ନୟାହାଟ ଫାଣ୍ଡି ରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହିତ କର୍ତ୍ତବ୍ୟ ରେ ଅବହେଳା ପାଇଁ ଫାଣ୍ଡି ର କନେଷ୍ଟବଳ ରାଜନ ମିଞ୍ଜି ଙ୍କୁ ଚାକିରି ରୁ ନିଲମ୍ବିତ କରିଛନ୍ତି। ଏହି ଘଟଣା ସମଗ୍ର ଜିଲ୍ଲା ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ