ଫାବି ଫ୍ଲୁ ମୂଲ୍ୟ ୨୭ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ: ଫାବି ଫ୍ଲୁ ଟାବଲେଟ ଉପରେ ୨୭ ପ୍ରତିଶତ ମୂଲ୍ୟ ହ୍ରାସ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ମୂଲ୍ୟ ହ୍ରାସ କରିଛି । ପୂର୍ବରୁ ଟାବଲେଟ ମୂଲ୍ୟ ୧୦୩ ଟଙ୍କା ଥିଲା । ଏବେ ଏହା ୭୫ ଟଙ୍କାରେ ମିଳିବ । କରୋନା ଆକ୍ରାନ୍ତଙ୍କ ପାଇଁ ଫାବି ଫ୍ଲୁ ବ୍ୟବହାରକୁ ସରକାର ଅନୁମତି ଦେଇଛନ୍ତି । ପ୍ରକାଶ ଯେ, ଦେଶରେ ଏବେ କରୋନା ଆତଙ୍କ । କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ଦେଶରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ଏହାରି ଭିତରେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ପକ୍ଷରୁ କରୋନା ପାଇଁ ଫାବି ଫ୍ଲୁ ଟାବଲେଟ ପ୍ରସ୍ତୁତ କରାଯାଇଥିଲା ।


