ଭୁବନେଶ୍ୱରରୁ ଆଉ ୧୪ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣା ପଡିଛି । ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ ଜଣେ, ୟୁନିଟ-୯ର ରୋଡ ନମ୍ବର-୮ରୁ ଜଣେ, ପାତ୍ରପଡାରୁ ଜଣେ ଏବଂ ଘରୋଇ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କାନନ ବିହାରର ଫେଜ-୨ ଏବଂ ବମିଖାଲର ଜୟଦୁର୍ଗା ନଗରରୁ ଚିହ୍ନଟ ଆକ୍ରାନ୍ତ ଘରୋଇ ଡାକ୍ତରଖାନାକୁ ଯାଇ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ, ୟୁନିଟ୬ରୁ ଜଣେ ଏବଂ ୟୁନିଟ-୫ର କେଶରୀନଗର ବସ୍ତିରୁ ଗୋଟିଏ ପରିବାରରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି | ଏହି ୪ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି |


