ଫାଲକନ ଟାୟାର ର ସିନକେରା ଏସଏନ୮୩୨ଆଇ ଟାୟାର ଲଂଚ

ଜାପାନୀ ଟାୟାର ନିର୍ମାତା ଫାଲକନ ଟାୟାର ଇଣ୍ଡିଆ (ଏଫଟିଆଇ) ଭାରତୀୟ କାର ବଜାର ପାଇଁ ଏହାର ନୂତନ ପିଢି ସିରିଜ ଟାୟାର ସିନକେରା ଏସଏନ୮୩୨ଆଇ ର ଶୁଭାରମ୍ଭ କରିଛି । ୧୨ଇଂଚ ରୁ ୧୬ଇଂଚ ପର୍ଯ୍ୟନ୍ତ ୨୭ଟି ଅଲଗା ଅଲଗା ଆକାରର ଏହି ଟାୟାର ବିଶେଷ ରୁପରେ ଛୋଟ ଏବଂ ମଧ୍ୟମ ହ୍ୟାଚ୍ବ୍ୟାକ୍, ସେଦାନ, ଏମ୍ୟୁଭି ଏବଂ କମ୍ପାକ୍ଟ ଏସୟୁଭି ପାଇଁ ଡିଜାଇନ ପ୍ରସ୍ତୁତ କରାଯାଇଛି । ବାହନ ମାଲିକ ମାନେ ଏହି ଟାୟାରକୁ ଭାରତରେ ଯେ କୌଣସି ଅଧିକୃତ ଫାଲକନ ଟାୟାର ଡିଲର ଓ ବିତରକ ଙ୍କ ଠାରୁ କ୍ରୟ କରିପାରିବେ । ୟୁରୋପୀୟ ଢାଂଚାରେ ତିଆରି ନୂତନ ସିନକେରା ଏସଏନ୮୩୨ଆଇ ଟାୟାର ନୂତନ ଟ୍ରେଡ କମ୍ପାଉଣ୍ଡ ଏବଂ ଡିପର ଟ୍ରେଡ ଡେପ୍ଥ ସହ ସୁସଜ୍ଜିତ । ଏହା ଉଚ୍ଚ ଲାଭ ଓ ଅତିରିକ୍ତ ଲମ୍ବା ଜୀବନ ସୁନିଶ୍ଚିତ କରିଥାଏ । ଏହି ନୂଆ ରେଞ୍ଜର ଟାୟାରରେ ଆରାମ ଓ ସ୍ଥାୟୀତ୍ୱ ବୃଦ୍ଧି ପାଇଁ ଆସିମେଟ୍ରିକ ଟ୍ରେଡ ପାର୍ଟନ ବ୍ୟବହାର କରାଯାଉଛି ।ଏହି ଲଂଚ ସମ୍ବନ୍ଧରେ ସୁଚନା ଦେଇ ଫାଲକନ ଟାୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତରୁ ଉଶିଦା କହିଛନ୍ତି, “ଏହି ନବିନତମ ଟାୟାର ମାଧ୍ୟମରେ ଆମେ ଭାରତୀୟ ବାହନ ମାଲିକ ମାନଙ୍କୁ ସର୍ବଶ୍ରେଷ୍ଠ ଡ୍ରାଇଭିଂ ଅନୁଭବ ଦେବାକୁ ଆଶା କରୁଛୁ । ସମସ୍ତ ଆବଶ୍ୟକତାକୁ ପୁରଣ କରିବା ପାଇଁ ଏଥିରେ ସମସ୍ତ ସୁବିଧା ଏକତ୍ରୀକରଣ କରାଯାଇଛି । ଆମର ବିଶ୍ୱାସ ଯେ ଏହି ନୂତନ ଉତ୍ପାଦ ଭାରତୀୟ ଟାୟାର ଉଦ୍ୟୋଗରେ ପରିବର୍ତନ ଆଣିପାରିବ ।” ଏହି ନୂତନ ରେଞ୍ଜ ଟାୟାରରେ ଫାଲକନ ଟାୟାର ଇଣ୍ଡିଆ ପିଚ୍ ବ୍ୟବସ୍ଥାକୁ ଆପଣେଇବା ପାଇଁ ଏବଂ ପଛରୁ ଟାଣୁଥିବା ମାତ୍ରାକୁ କମ୍ କରିବା ପାଇଁ ‘ସାଇଲେଂଟ ପିଚ ଭାରିଏସନ’ ବ୍ୟବହାର କରାଯାଉଛି । ଏହି ବ୍ରାଣ୍ଡରେ ଦୁଇଟି ପରସ୍ତ ନାଇଲନ୍ ବ୍ୟାଣ୍ଡ ଏବଂ ଉଚ୍ଚ କଠୋରତା ଷ୍ଟିଲ ବେଲ୍ଟ ସହ ୨ପ୍ଲାଇ ସାଇଡୱାଲ ବ୍ୟବହାର କରାଯାଉଛି ଯାହା ସ୍ଥାୟୀତ୍ୱ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ