ପଟିଆରେ ସହିଦ ଦିବସ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ଲାଭ କଲା । ସ୍ୱାଧୀନତା ଲାଭର ୫ ମାସ ୧୫ ଦିନ, ଦିନ ୧୯୪୮ ମସିହା ଜାନୁୟାରୀ ୩୦ରେ ଜାତିରପିତା ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରାଗଲା । ଦେଶ ସ୍ତବ୍ଧ ହୋଇଗଲା । ସେହିଦିନଟିକୁ ଭାରତୀୟମାନେ ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରିବା ନିମନ୍ତେ ସୃଷ୍ଟି ହେଲା ସହିଦ ଦିବସ । ସେହି ସହିଦ ଦିବସଟିକୁ ପଟିଆଗ୍ରାମବାସୀ ପାଳନ କରିବାକୁ ଭୁଲିଯାଇ ନାହାଁନ୍ତି । ୭୪ତମ ସହିଦ ଦିବସଟିକୁ ପଟିଆ ଛକରେ ପାଳନ କରାଯାଇଛି । ଏହି ଉପଲକ୍ଷେ ଗାନ୍ଧୀଙ୍କ ଫଟୋଚିତ୍ରରେ ଗ୍ରାମବାସୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ରାମଧୂନ୍ ଗାନ କରାଯାଇଥିଲା । ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ସଭାପତି ଅଜୟ ସାମଲ, ଲକ୍ଷ୍ମୀଧର ଜେନା, ରଞ୍ଜନ କୁମାର ଜେନା, କୁନା କୁମାର ଜେନା, ଲକ୍ଷ୍ମୀଧର ପାତ୍ର, ପ୍ରଭାତ ରାୟ, ମିଟୁ ରାୟ, ପ୍ରକାଶ ପଣ୍ଡା, ଶୁକଦେବ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବରିଷ୍ଠ ନାଗରିକ ଅଭୟ ବଡ଼ଜେନା ପ୍ରତିବର୍ଷ ପରି ଚଳିତବର୍ଷ ସହିଦ ଦିବସ କାର୍ଯ୍ୟକ୍ରମଟିକୁ ଆୟୋଜନ କରିଥିଲେ ।


