ଫିସିଂ ହାର୍ବର୍ ପ୍ରତିଷ୍ଠା ନେଇ ଓଡିଶା ମତ୍ସ୍ୟଜୀବୀ ଫୋରମ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ପକ୍ଷରୁ ଦାବି ପତ୍ର

ଛତ୍ରପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଆର୍ଯ୍ୟପଲ୍ଲୀ ଗ୍ରାମ ଠାରେ ପ୍ରସ୍ତାବିତ ନୂତନ ଫିସିଂ ହାର୍ବର୍ (ମାଛମରା ଜେଟି) ନିର୍ମାଣ କରିବା ପାଇଁ ଓଡିଶା ମତ୍ସ୍ୟଜୀବୀ ଫୋରମ ଓ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ମତ୍ସ୍ୟଜୀବୀ ଫୋରମର ଉପସଭାପତି ଏମ୍‌.ଗୁମାଲୀ, ଏବଂ ପଞ୍ଚାୟତ ସରପଞ୍ଚ ଏମ୍‌.ଲକ୍ଷ୍ମୀ ନେତୃତ୍ୱରେ ମଙ୍ଗଳବାର ପଞ୍ଚାୟତ ବହୁ ମତ୍ସ୍ୟଜୀବୀ ମାନେ ଏହି ଦାବି ପତ୍ର ଜିଲ୍ଲାପାଳଙ୍କୁ ଭେଟି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କୁ ପ୍ରଦାନ କରିଥିଲେ ।
ଆର୍ଯ୍ୟପଲ୍ଲୀ ଠାରେ ଏହି ଫିସିଂ ହାର୍ବର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିବା ପରେ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ସଚିବଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବୈଷୟିକ ଟିମ୍ ଏଟାକୁ ଆସି ଅନୁଧ୍ୟାନ କରିଥିଲେ । କିନ୍ତୁ ଏବେ ସୁଦ୍ଧା ଫିସିଂ ହାର୍ବର ନର୍ମାଣ କାର୍ଯ୍ୟ ନିମନ୍ତେ କିଛି ଶୁଭ ସଙ୍କେତ ମିଳିନାହିଁ । ଏହି ଫିସିଂ ହାର୍ବର ନିର୍ମାଣ ହେଲେ ପଞ୍ଚାୟତ ସମେତ ଆଖାପାଖ ଅଞ୍ଚଳର ୩୦ ହଜାର ମତ୍ସ୍ୟଜୀବୀ ସେମାନଙ୍କ ଜୀବିକା ଅର୍ଜନ କରିପାରିବେ । ଏଣୁ ତୁରନ୍ତ ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଓଡିଶା ମତ୍ସ୍ୟଜୀବୀ ଫୋରମ ଏବଂ ପଞ୍ଚାୟତ ପକ୍ଷରୁ ନିବେଦନ କରାଯାଇଛି । ଏଥିସହ ଆର୍ଯ୍ୟପଲ୍ଲୀ ଗୋପାଳପୁର ପୋର୍ଟ ଛକ ନିକଟରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାକୁ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ନିମନ୍ତେ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ୍‌.ଲକ୍ଷ୍ମୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଗୋପାଳପୁର ବନ୍ଦରରେ ସ୍ଥାୟୀ ଓ ଅସ୍ଥାୟୀ ୫ ହଜାର କର୍ମଚାରୀ ଶ୍ରମିକ ସହ ମାଛ ବ୍ୟବସାୟୀମାନେ ଅର୍ଥ କାରବାର ଲାଗି ଏହି ବ୍ୟାଙ୍କ ଉପରେ ନିର୍ଭର କରନ୍ତି । ଏହି ବ୍ୟାଙ୍କ ଏଠାରୁ ସ୍ଥାନାନ୍ତର ହେଲେ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ଉକ୍ତ ସ୍ମାରକ ପତ୍ରରେ ଦର୍ଶାଯାଇଛି । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ବଡଆର୍ଯ୍ୟପଲ୍ଲୀ ଗ୍ରାମର ଭଦ୍ରବ୍ୟକ୍ତି ଏରେୟା ସାହୁ, ଜି.ଦୀନବନ୍ଧୁ, ୟୁ.ରାମେୟା, ଡବ୍ଲ୍ୟୁ. ନିର୍ମଳ, କାହ୍ନୁ ବେହେରା, ଶ୍ରୀନିବାସ ବେହେରା, ଜି.ଗଙ୍ଗାଧର, ଜି.ଗୁରେୟା, ଜି.ଚିନା ଓ ଜି. ମୋହନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ