ଫୁଲବାଣୀ ଅବକାରୀ ବିଭାଗ ଜବତ କଲା ଚାରି କ୍ଵିଣ୍ଟାଲ ଗଞ୍ଜେଇ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରୁ ଜବତ କଲା ଚାରି କ୍ଵିଣ୍ଟାଲ ଗଞ୍ଜେଇ l ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନେତୃତ୍ଵରେ ୧୨ ଜଣ କର୍ମଚାରୀ ଙ୍କ ସହ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଟୁଣି ପଦର ଗ୍ରାମ ନିକଟ ଜଙ୍ଗଲରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ଚାରି କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି କିନ୍ତୁ କୌଣସି ଅଭିଯୁକ୍ତ ଧରାପଡ଼ି ନାହାନ୍ତି l ଏ ସଂକ୍ରାନ୍ତରେ ଜଡିତ ଥିବା ଗଞ୍ଜେଇ ମାଫିଆଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସାମଲ ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ