ବିଭିନ୍ନ ସ୍ଥାନ ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଯାଇଛି ବାହୁଡ଼ା ଯାତ୍ରା। କାକଟପୁର ବ୍ଲକ ର ଆନନ୍ଦ ବଜାର, ଅସ୍ତରଙ୍ଗ ବ୍ଲକ ର ବରଡିହି, ମାଣ୍ଡୁକି, ବାନ୍ତିଳୋ, ଗୋପ ବ୍ଲକ ର ନୁଆହାଟ ଅଞ୍ଚଳ ରେ ଠାକୁର ମାନଙ୍କୁ ଗୁଣ୍ଡିଚା ଘରୁ ପହଣ୍ଡି ରେ ଅଣାଯାଇ ରଥାରୂଢ଼ କରାଯିବା ପରେ ଭକ୍ତ ମାନେ ରଥ ଟାଣି ଥିଲେ । ସନ୍ଧ୍ୟା ବେଳକୁ ସମସ୍ତ ରଥ ମନ୍ଦିର ନିକଟରେ ପହଁଚି ଯାଇଥିଲା। ନିମାପଡା ବ୍ଲକ ର ତୁଳସୀପୁର ବ୍ରାହ୍ମଣ ଶାସନ ରେ ବାହୁଡ଼ାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମ ରେ ଆଜକୁ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ପାଳିତ ହୋଇ ଆସୁଛି ରଥ ଓ ବାହୁଡ଼ା ଯାତ୍ରା। ଉକ୍ତ ଗ୍ରାମ ଠାରୁ ୩/୪ କିଲୋମିଟର ଦୂର ପ୍ରାଚୀନଦୀ କୂଳ ବନ୍ଦେଶ୍ୱର ଗ୍ରାମ ରେ ପୂଜାପାଇ ଆସୁଥିବା ପ୍ରଭୁ ଶ୍ରୀ ଗୁରୁଦେବ ଠାକୁର ଏକ ସୁ ସଜ୍ଜିତ ପାଲିଙ୍କି ରେ ଆସି ଏହି ଗ୍ରାମରେ ରଥାରୂଢ଼ ହୋଇଥାନ୍ତି । ଆଜି ମା କନକ ଦୂର୍ଗା ମନ୍ଦିର ରୁ ପହଣ୍ଡି ରେ ଶ୍ରୀ ଗୁରୁଦେବ ଙ୍କୁ ରଥାରୂଢ଼ କରିବାପରେ ଡାହୁକ ରଘୁ ବେହେରା ଙ୍କ ବୋଲି, ଘଣ୍ଟ ମୃଦଙ୍ଗ ,
ହରିବୋଲ ହୁଳହୁଳି ଶବ୍ଦରେ ରଥ ଗଡିଥିଲା ଗାଁ ଦାଣ୍ଡ ରେ। ଠାକୁର ଘର ଘର ଭୋଗ ଖାଇ ଶେଷରେ ପହଞ୍ଚିଥିଲେ ଗାଁ ଶେଷ ମୁଣ୍ତରେ। ରଥଯାତ୍ରା ପାଇଁ ତୁଳସୀପୁର ବ୍ରାହ୍ମଣ ଶାସନ ପାଲଟି ଯାଇଛି ଦ୍ୱିତୀୟ ଶ୍ରୀ କ୍ଷେତ୍ର। ଗାଁ ଟି ଉତ୍ସବ ମୁଖର ହୋଇ ପଡ଼ିଥିଲା। ପୂଜକ ଭାବେ ଶ୍ରୀ ଧର ପାଣି ଠାକୁର ନିକଟରେ ରଥ ଉପରେ ଭୋଗ ଲାଗି କରିଥିଲେ। ମାଉସୀ ମା ଘର ଭାବେ ପରିଚିତ ଲଳିତ କୁମାର ଶତପଥୀ ଙ୍କ ପରିବାର ପକ୍ଷରୁ ଠାକୁର ଙ୍କୁ ପାରମ୍ପରିକ ପ୍ରଥାନୁସାରେ ପୋଡ଼ ପିଠା ଭୋଗ ଲାଗି କରାଯାଇଥିଲା। ବାହୁଡା ଯାତ୍ରା ପାଇଁ ତୁଳସୀପୁର ଗ୍ରାମ ଉତ୍ସବ ମୁଖର ହୋଇ ପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ