ଫୁଲବାଣୀ ବିଜୁ ପଟ୍ଟନାୟକ ଛକର ରେ କୋଭିଡ୍ -୧୯ ଯୋଦ୍ଧା ଙ୍କୁ ସମ୍ମାନ ଓ ଉତ୍ସାହ

ଫୁଲବାଣୀ, (ସୁର୍ଯ୍ୟ ନାରାୟଣ ବେହେରା):ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆମ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ଉତ୍ସାହିତ କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ, ବୃନ୍ଦା ଡ଼ି ,ଏ ସ ପି ପ୍ରତୀକ ଗୀତା ସିଂ ଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ ଥାନା କର୍ମଚାରୀ ,ଫୁଲବାଣୀ ସହର ରେ ଥିବା ସମସ୍ତ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡି କର୍ମୀ,ଆଶା କର୍ମୀ, ନର୍ସ, SHG ଗ୍ରୁପ ର ମହିଳା ମାନେ ,ଟିମ ହ୍ୟୁମାନୀଟି ସ୍ବେଚ୍ଛାସେବୀ, ମିଳିତ ନାଗରିକ ମଞ୍ଚ ଭଳି ସମସ୍ତ ସ୍ବେଚ୍ଛାସେବୀ ମାନେ ପ୍ରାୟ ଏକ ହାଜର ରୁ ଉର୍ଦ୍ଧ ଉପସ୍ଥିତ ରହି ଏକ ସ୍ୱରରେ ” ବନ୍ଦେ ଉତ୍କଳ ଜନନୀ”ସଙ୍ଗୀତ ଗାନ କରିଥିଲେ।ସମସ୍ତେ ସମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ପରିଧାନ କରିଥିଲେ।ଆଜି ସନ୍ଧ୍ୟା ୦୫.୩୦ ମି. ସମୟେ ରାଷ୍ଟ୍ର ଗୀତ ” ବନ୍ଦେ ଉତ୍କଳ ଜନନୀ” ର ସମୂହ ଗାନ କାର୍ଯ୍ୟକ୍ରମର ଅତି ମନୋହର ହୋଇଥିଲା। ଫୁଲବାଣୀ ର ମୁଖ୍ୟ ସହରରେ ଅତି ସୁନ୍ଦର ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ କୁ ମାନି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ସୁନ୍ଦର ଆୟଜନ କରିଥିବା ଯୋଗୁଁ କନ୍ଧମାଳ ଏ .ସ .ପି ଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ