ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଲୁଟୁଥିଲେ ମହିଳା
ଭୁବନେଶ୍ୱର: ଫେସବୁକରେ ଫେକ୍ ଆକାଉଣ୍ଟ କରି ଯୁବକଙ୍କୁ ଲୁଟୁଥିଲେ ମହିଳା । ଭୁବନେଶ୍ୱର ସହିଦନଗର ଥାନା ପୋଲିସ ଏଭଳି ଜଣେ ମହିଳାଙ୍କୁ ଗିରଫ କରିଛି । ଅଭିଯୋଗ ହୋଇଛି, ଯୁବତୀ ଫେସବୁକରେ ନିଜ ଫଟୋ ନଦେଇ ଅଜଣା ସୁନ୍ଦରୀଙ୍କ ଫଟୋ ଅପଲୋଡ୍ କରୁଥିଲେ । ନିଜ ପ୍ରେମ ଜାଲରେ ବହୁ ଯୁବକଙ୍କୁ ମୋହରା ବନାଉଥିଲେ । କାହାକୁ କେତେବେଳେ କହୁଥିଲେ ସେ ଡାକ୍ତର ତ କାହାକୁ କହୁଥିଲେ ଇଞ୍ଜିନିୟର । ପରେ ଟଙ୍କା ନେଇ ଛୁ ମାରୁଥିଲେ ।ଏନେଇ ଭୁବନେଶ୍ୱର ସହିଦନଗର ଥାନାରେ ଜଣେ ଯୁବକ ଅଭିଯୋଗ କରିଥିଲେ । ବହୁ ଯୁବକଙ୍କୁ ସେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଖୋଳତାଡ ଆରମ୍ଭ କରିଥିଲା ସହିଦନଗର ଥାନା ପୋଲିସ । ତାଙ୍କ ନିକଟରୁ ଜବତ ହୋଇଛି ୧ଲକ୍ଷ ୩୩ହଜାର ଟଙ୍କା, ମୋବାଇଲ୍, ଏଟିଏମ୍ କାର୍ଡ ଓ ବ୍ୟାଙ୍କ ପାସବୁକ୍ । ସେ କେତେ ଜଣଙ୍କୁ ଠକିଛନ୍ତି ପୋଲିସ ଖୋଳତାଡ ଜାରି ରଖିଛି ।