ଫେକ୍ କଲ୍ କରି ଟଙ୍କା ମାଗୁଛନ୍ତି ଦଲାଲ ଟ୍ରାପରେ +୨ ପରୀକ୍ଷାର୍ଥୀ
ହିଂଜିଳିକାଟୁ, (ଶେଷଦେବ ସାହୁ) : ସାରା ରଜ୍ୟରେ +୨ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କୁ ଫେକ୍ କଲ କରି ମାର୍କ ବଢାଇବା ନାମରେ ଟଙ୍କା ମାଗୁଛନ୍ତି କିଛି ଦଲାଲ । +୨ କଳା, ବାଣିଜ୍ୟ ଓ ବିଞାନ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ନମ୍ବର ବଢାଇବା ଲାଗି ଫୋନକଲ ଜରିଆରେ ଅର୍ଥଦାବୀ କରାଯାଉଥିବା ଚର୍ଚ୍ଚାର ବିଷୟ ପାଲଟିଛି । +୨ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ମାନଙ୍କୁ ଫେକ କଲ ଜରିଆରେ ଯୋଗାଯୋଗ କରି ନିର୍ଦ୍ଧିଷ୍ଟ ବିଷୟରେ କମ୍ ନମ୍ବର ରଖିଥିବା କହୁଥିବା ବେଳେ ପରୀକ୍ଷାର୍ଥୀଙ୍କ ନାମ, ବାପା ଓ ମା ଙ୍କ ନାମ, ରୋଳ ନଂ ଆଦି ସଠିକ କବର କହୁଥିବା ଯୋଗୁଁ ଶିକ୍ଷାର୍ଥୀ ଓ ଅଭିଭାବକ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ତେବେ ବୁଧବାର ଦିନ ହିଂଜିଳି ଥାନା ଅଂଚଳର ଜୈନିକା ଛାତ୍ରୀଙ୍କୁ ମୋବାଇଲ ନମ୍ବର ୮୬୦୯୨୨୩୨୬୬ ରେ ଏକ କଲ ଆସିଥିଲା । ପରୀକ୍ଷାରେ ତୁମର ନମ୍ବର ରହିଛି । ଯ ଦ୍ୱାରା ତୁମେ ପରୀକ୍ଷାରେ ଅକୃତକାର୍ଯ୍ୟ ହେବ । ଆକାଉଂଟ ନମ୍ବର – ୩୧୯୩୦୬୫୬୪୪୨ ରେ ୫ ହଜାର ଟଙ୍କା ପଠାଅ । ତୁମକୁ ପରୀକ୍ଷାରେ କୃତକାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା । ଏଭଳି ଫୋନ କଲ ପାଇବା ପରେ ଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ତେବେ କାହାକୁ କିଛି ଟଙ୍କା ନଦେବା ଲାଗି ଶିକ୍ଷା ବିଭାଗ କର୍ତୁପକ୍ଷ କହିଛନ୍ତି । ଏ ସବୁ ଫେକ କଲ, ଏହାକୁ ଗୁରୁତ୍ୱ ନଦେବାକୁ କୁହାଯାଇଛି । ଫନି ବାତ୍ୟା ଯୋଗୁଁ +୨ ପରୀକ୍ଷା ପଳ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି । ତେବେ ସମ୍ପୂଣ୍ଣ ସ୍ୱଚ୍ଛତା ଓ ଗୋପନୀୟତାର ସହିତ ଖାତା ସବୁ ମୂଲ୍ୟାୟନ ହୋଇଛି । ପରିଷଦକ୍ୁ ବଦନାମ କରିବାକୁ ଏସବୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଚକ୍ରାନ୍ତ କରୁଥିବା ଜଣାପଡ଼ିଛି । ଘଟଣା ନେଇ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡାଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ କିଛି ଘଟଣା ଆମ ଦୃଷ୍ଟିକୁ ଆସିଛି । ଘଟଣା ନେଇ ଗଂଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଯାଇଛି । କୌଣସି ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ଫୋନ କଲରେ ପ୍ରଭାବିତ ହୋଇ ଟଙ୍କା ନଦେବା ଲାଗି ଗଂଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପରୀକ୍ଷାର୍ଥୀଙ୍କଫୋନ ନମ୍ବରଏବଂ ଠିକଣା କେବଳ ସଂପୃକ୍ତ କଲେଜ କର୍ତୁପକ୍ଷଙ୍କ ନିକଟରେ ଥିବା ବେଳେ ଦଲାଲଙ୍କପାଖକୁ ଯାଉଛି କିପରି ..? କଲେଜର ସ୍ୱଚ୍ଛତା ଏବଂ ବିଶ୍ୱସନିୟତା ଉପରେ ପ୍ରଶ୍ନ ଉଠିବା ସହିତ ର୍ୟାକେଟରେ କିଛି କଲେଜ କର୍ତୁପକ୍ଷ ସଂପୃକ୍ତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।