ଫେରାର ଦାଗି ଅପରାଧୀ ଗିରଫ
ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଛତ୍ରପୁର ଓ ଚମାଖଣ୍ଡି ଥାନା ଅଧୀନରେ ବେଆଇନ ମାରଣାଅସ୍ତ୍ର ଓ ବୋମା ଭଳି ବିଭିନ୍ନ ଅପରାଧ ମାମଲାରେ ଫେରାର ଥିବା ଦାଗି ଅପରାଧୀ ଜିତୁ ଓରଫ୍ ସତ୍ୟଜିତ୍ ବେହେରା(୩୨)କୁ ଛତ୍ରପୁର ପୁଲିସ ଗିରଫ କରିଛି । ଚମାଖଣ୍ଡି ଥାନା ଅଧୀନ ୬୧/୧୨ ଓ ୧୬/୧୩ ଏବଂ ଛତ୍ରପୁର ଥାନା ଅଧୀନ ୫୦/୧୩, ୨୧/୧୯ ଓ ୬୫/୧୯ ଦୁଇଟି ଥାନାର ସମୁଦାୟ ୫ ଟି ଅପରାଧ ମାମଲାରେ ଅଭିଯୁକ୍ତ ସତ୍ୟଜିତ୍ ବେହେରାର ସଂପୃକ୍ତି ରହିଛି । ଅଭିଯୁକ୍ତ ଦୀର୍ଘ ବର୍ଷ ଧରି ଫେରାର ରହିଥିଲା । ଏନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଫ୍ୱାରେଣ୍ଟ ଜାରି ହୋଇଥିଲା । ଛତ୍ରପୁର ଥାନା ପୁଲିସ ତାକୁ ଶୁକ୍ରବାର ଗିରଫ କରିଛି ବୋଲି ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି ।