ଫୋନ ନମ୍ବର ନେଲା ଜୀବନ

କୋଦଳା :- (ଯୁଗାବ୍ଦ ନ୍ୟୁଜ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବଡ଼ଗୁଡ଼ିଆଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଛି ।ସାମାନ୍ୟ ଫୋନ ନମ୍ବର ନେଣଦେଣକୁ ନେଇ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । କୁମାର ପୂର୍ଣ୍ଣିମା ରବିବାର ଦିନ ସକାଳେ ଗୁଡ଼ିଆଳି ଗ୍ରାମର ପୂର୍ଣ୍ଣ ବାରିକଙ୍କର ଘରପାଖରେ ପିଣ୍ଟୁ ନାୟକ ମଧ୍ୟରେ ବଚସା ହୋଇଥିଲା । ସେହି ବଚସା ଉଗ୍ରରୂପ ଧାରଣ କରି ରବିବାର ରାତ୍ର ୯ ଘଣ୍ଟ ସମୟରେ ପୂର୍ଣ୍ଣ ବାରିକଙ୍କ ପୁଅ ନରି ବାରିକ ମୋଚିରାମ ନାୟକଙ୍କ ପୁଅ ପିଣ୍ଟୁ ନାୟକଙ୍କୁ ଫୋନ ଯୋଗେ ଘରକୁ ଡାକିଥିଲେ । ପିଣ୍ଟୁ ସେଠାକୁ ଯିବା ପରେ ପୁଣି ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହି ସମୟରେ ବିଚ୍ ରୋଡ଼ ଉପରେ ଉଭୟଙ୍କ ଭିତରେ ମାରପିଟ ହୋଇଥିଲା । ପିଣ୍ଟୁ ତଳେ ପଡିଯିବା ଫଳରେ ନରି ବାରିକ ଉତକ୍ଷିତ ହୋଇ ଏକ ଧାରୁଆ ଅସ୍ତ୍ରରେ ପିଣ୍ଟୁର ପେଟକୁ ମାଡ଼ କରିଥିଲା । ଯାହା ଫଳରେ ଗୁରୁତର ଅବସ୍ଥାରେ ପିଣ୍ଟୁକୁ ପ୍ରଥମେ କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରିତ କରିଦିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁର ଗତକାଲି ରାତ୍ରିରେ ମୃତ୍ୟୁ ହୋଇଛି । ପିଣ୍ଟୁର ପେଟ, ପିଠି, ଏବଂ ବାମ ହାତକୁ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ନରି ନରି ବାରିକ କୋଦଳା ଥାନାରେ ଆତ୍ମସର୍ମପଣ କରିଥିବା ଜଣାପଡିଛି । ପୋଲିସ କେସ ନଂ ୨୮୩/୧୯ ରେ ଏକ ହତ୍ୟା ମାମଲା ରୁଜୁ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ