ଫ୍ଲାଏଓଭର କାର୍ଯ୍ୟର ସମୀକ୍ଷା; ବୁଲି ଦେଖିଲେ ଓବିସିସିଏଲ୍ ଏମ୍‌.ଡି

ଯୋଡା,(ସମୀର କୁମାର ଦାସ): ଯୋଡା ସହରରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସ୍ଥାନଟିକୁ ବୁଲି ଦେଖିଛନ୍ତି ଓଡିଶା ବ୍ରିଜ୍ କନଷ୍ଟ୍ରକସନ କୋର୍ପୋରେସନ ଲିମିଟେଡ୍ (ଓବିସିସିଏଲ୍‌) ର ପରିଚାଳନା ନିର୍ଦେଶକ ଜେ.କେ ଦାସ, ସାଧାରଣ ପରିଚାଳକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ୨.୮୭୫ ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭର ଯୋଡା ଡି.ଏ.ଭି ସ୍କୁଲ ଠାରୁ ଆରମ୍ଭ ହୋଇ କୋମାରଯୋଡା ପର୍ଯ୍ୟନ୍ତ ନିର୍ମାଣ ହେବ । ତେବେ ନିର୍ମାଣ ପାଇଁ ଲାଗି ରହିଥିବା ପ୍ରତିବନ୍ଧକ ସମସ୍ୟାର ନିବାରଣ ପାଇଁ ଏହି ଗସ୍ଥ କାର୍ଯ୍ୟକ୍ରମ ବୁଲି ପୂର୍ଣ୍ଣ ମହାପାତ୍ର ସୂଚନା ଦେଇଥିଲେ । ମୁଖ୍ୟ ସମସ୍ୟା ଗୁଡିକ ମଧ୍ୟରେ ବିଆର୍‌ପିଏଲ୍ ଶିଳ୍ପସଂସ୍ଥାର ସ୍ଲୋରି ପାଇପ୍‌ଲାଇନ୍‌, ପୌରପାଳିକାର ଦୋକାନ ଗୃହ, ବିଦ୍ୟୁତ ଖୁନ୍‌ଟ ଓ ଜବରଦଖଲ । ଏହାର ଉଚ୍ଛେଦ ନହେଲେ କାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ମହାପାତ୍ର କହିଥିଲେ । ବିଶେଷ କରି ଶୁକ୍ରବାର ଅପରାହ୍ନରେ ବିଆର୍‌ପିଏଲ୍ ପାଇପ୍‌ଲାଇନ୍ ସଂକ୍ରାନ୍ତିୟ ଏକ ବୈଠକ ଜିଲାପାଳଙ୍କ ସହିତ ହେବାର ଥିବା ମହାପାତ୍ର ସୂଚନା ଦେଇଥିଲେ । ସେ କହିଥିଲେ ଯେ, ପ୍ରକଳ୍ପରେ ଆସୁଥିବା ପଟାଭୁକ୍ତ ଜମିରେ ନିର୍ମାଣ ହୋଇଥିବା କୋଠାବାଡିର ତଥା ପୌରପାଳିକାର ଉଚ୍ଛେଦ ହେଉଥିବା ଘର ଗୁଡିକର କ୍ଷତିପୁରଣ ପ୍ରଦାନ କରାଯାଇଛି । ଏଣୁ ଜମିକୁ ଖାଲି କରାଇ ହସ୍ତାନ୍ତର କଲେ କାର୍ଯ୍ୟ ଶୀଘ୍ର ଆରମ୍ଭ ହୋଇପାରିବ । ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଏହି ସମୀକ୍ଷା ବେଳେ ଉପସ୍ଥିତ ରହି ସୂଚନା ଦେଇଥିଲେ ଯେ, ଆଗାମୀ ୧ ସପ୍ତାହ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ । ଯୋଡା ସହରର ୮ ଗୋଟି ୱାର୍ଡ ଦେଇ ଏହି ଫ୍ଲାଏଓଭର ଯାଉଥିବା ବେଳେ ଏହା ଆଗାମୀ ୨୦୨୩ ସୁଦ୍ଧା ସରିବାର ଯୋଜନା ରହିଛି ବୋଲି ମହାପାତ୍ର ସୂଚନା ଦେଇଥିଲେ । ଏହି ଗସ୍ତ ସମୟରେ ଯୋଡା ଦାୟିତ୍ୱରେ ଥିବା ଓବିସିସିଏଲ୍ ର ନିର୍ବାହୀ ଯନ୍ତ୍ରୀ ଅଜିତ ସାହୁ, ଯନ୍ତ୍ରୀ ଧନେଶ୍ୱର ମାଝୀ ଓ ଠିକାସଂସ୍ଥା ଚେଭ୍ରକ୍ସ କମ୍ପାନୀର ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ