ଫ୍ୟାକ୍ଟେରିରେ ଦୁର୍ଘଟଣାରେ ଜଣେ ମୃତ୍ୟୁ, ସୁରତ ଅସୁରଖିତ ଫ୍ୟାକ୍ଟେରିରେ ପ୍ରବାସୀ ଓଡ଼ିଆ ଶ୍ରମିକ

ବୁଗୁଡା, (ଅନିଲ କୁମାର ମହାରଣା) : ସୁରତରେ କାର୍ଯ୍ୟକାରୀ ହୋଇ ପାରୁନି ସରକାରଙ୍କ ଶ୍ରମ ଆଇନ। କାର୍ଯ୍ୟରେ ନିଯୁକ୍ତି ହେବାର ସପ୍ତାହେ ହୋଇନି ଫ୍ୟାକ୍ଟେରିରେ କାର୍ଯ୍ୟରତ କୁଶଳୀ ଶ୍ରମିକ ଦୁର୍ଘଟଣା ଯୋଗୁଁ ହରାଇଛନ୍ତି ଜୀବନ। ପୁରୀ ଜିଲ୍ଲା ନିମାପଡାର ପ୍ରତାପ ରାଉତରାୟ ଫ୍ୟାକ୍ଟେରିରେ କାର୍ଯ୍ୟରତ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେବାପରେ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ସମୟରେ ପ୍ରତାପଙ୍କ ହୋଇଥିଲା ମୃତ୍ୟୁ। ଅନାଥ ହୋଇଗଲେ ପ୍ରତାପଙ୍କ ପରିବାର। ଫ୍ୟାକ୍ଟେରିରେ କାମକରିବା ପାଇଁ ନାହିଁ ନିଯୁକ୍ତି ପତ୍ର, ହୋଇନାହିଁ ବୀମା, ଫ୍ୟାକ୍ଟେରି ପକ୍ଷରୁ ଦିଆଗଲା ନାହିଁ କ୍ଷତି ପୂରଣ, ଅସହାୟ ଅବସ୍ଥାରେ ଅଛନ୍ତି ପ୍ରତାପଙ୍କ ପରିବାର। ଭୀମଭୋଇ ବେହେରା ନାମକ ଜଣେ ଯୁବକ ଦଲାଲଙ୍କ ପ୍ରଲୋଭନରେ ବସରେ ଆସିଲେ ସୁରତ। ହେଲେ ଯେଉଁ ଫ୍ୟାକ୍ଟେରି ମାଲିକ ବସ ପଠାଇ ଆଣିଥିଲେ ସେହି ମାଲିକ କାମଦେବାକୁ ମନା କରିବା ଦ୍ୱାରା ଯୁବକ ଜଣକ ହତାଶ ହୋଇ କରିଛନ୍ତି ଆତ୍ମହତ୍ୟା। ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କୁଶଳୀ ଓଡ଼ିଆ ଶ୍ରମିକମାନଙ୍କୁ ଫ୍ୟାକ୍ଟେରି ମାଲିକମାନେ ଦାଦନ ଶ୍ରମିକମାନଙ୍କ ପାଇଁ ଥିବା ସର୍ବନିମ୍ନ ସୁବିଧା ମଧ୍ୟ ଯୋଗାଉ ନଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିଧାର ଚାଲୁ କରୁଥିବା ଦେଖା ଦେଲାଣି। ସେଥିପାଇଁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ସାହୁ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକ ଭାଇମାନଙ୍କୁ ନିବେଦନ କରିଛନ୍ତିଯେ ଯେଉଁମାନେ ଓଡିଶାରୁ ସୁରତକୁ କାମକରିବାକୁ ଆସୁଛନ୍ତି ସେମାନେ ଓଡ଼ିଶାରେ ନିଜର ନାମ ପଞ୍ଜୀକୃତ କରି ଆସନ୍ତୁ। ସୁରତ ଆସି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ନିଯୁକ୍ତି ପତ୍ର ଆଣନ୍ତୁ। ଶ୍ରମ ଆଇନ ପ୍ରକାରେ ପ୍ରୋଭିଡେଣ୍ଟ ଫଣ୍ଡ, ବୀମା ଓ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଦରମା ଦେବାକୁ ଚୁକ୍ତିବଦ୍ଧ ହୁଅନ୍ତୁ। ଯେଉଁ ମାଲିକ ରାଜି ନହେବେ ସେଠାରେ କାମକରନ୍ତୁ ନାହିଁ। ବିଭିନ୍ନ ଅଞ୍ଚଳରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଶାଖା ରହିଥିବା ବେଳେ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଟ୍ରଷ୍ଟର ସହଯୋଗ ନିଅନ୍ତୁ।ଏଥିପାଇଁ ସମସ୍ତ ପ୍ରବାସୀ ଓଡ଼ିଆ ଭାଇମାନେ ଏକଜୁଟ ହୋଇ କାର୍ଯ୍ୟ କଲେ ହକ ଦାବି ହାସଲ କରିପାରିବା ବୋଲି ସଭାପତି ଶ୍ରୀ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆଙ୍କ ହିତପାଇଁ ଯେପରି ସମସ୍ତ ଶ୍ରମିକ ପଞ୍ଜୀକୃତ ହୋଇ ସୁରାଟ ଆସିବେ ସେହି ବ୍ୟବସ୍ଥା କରିବା ସହ ଶ୍ରମ ଆଇନ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦେବାକୁ ଗୁଜରାଟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ମୁଖ୍ୟ ତଥା ସଭାପତି ପ୍ରଦୀପ କୁମାର ସାହୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ