ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, ୧୧ ମୃତ
ଲାହୋର : ପାକିସ୍ତାନର ଲାହୋରର ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଅତର ପ୍ରସ୍ତୁତକାରୀ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି । ୧୧ ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ନିଆଁରେ ଫସି ରହିଥିବା ନେଇ ଅଗ୍ନିଶମ ବିଭାଗ ଅଧିକାରୀ ରାଣା ଇଜାଜ୍ ଅହମ୍ମଦ୍ ପ୍ରକାଶ କରିଛନ୍ତି । ଅନେକ ଲୋକ ନିଆଁ ମଧ୍ୟରେ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।


