ଦୁର୍ଗମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଚର୍ଚ୍ଚାରେ ଡ.ଗୋପାଳ କୃର୍ଷ୍ଣ ସାହୁ
ଗଜପତି ,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ର ପାହାଡ ପର୍ବତ ମାଳ ଅଞ୍ଚଳ ଘେରରେ ଅବସ୍ଥିତ ଥିବା ସର୍ବାଧିକ ୩୯ ଗୋଟି ପଞ୍ଚାୟତ କୁ ନେଇ ଗଠିତ ମୋହନା ବ୍ଲକର ବିଭିନ୍ନ ଦୁର୍ଗମାଞ୍ଚଳରେ ସାଧାରଣ ରୋଗୀ ସ୍ବାସ୍ଥ୍ୟ ସେବା ବହୁ କାଠିକର ପାଠ ହେଉଥିବା ବେଳେ ଅନେକ ସମୟରେ ରୋଗୀ ମାନେ ଉଚିତ ଚିକିତ୍ସା ସୁବିଧା ନପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖିନ ହେଉଥାନ୍ତି । ବିଶେଷ କରି ଏହି ସମସ୍ୟା ଦୁର କରିବା ଉଦ୍ଦେଶ୍ୟରେ ଓଡିଶା ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ ଭ୍ରାମ୍ୟ ମାଣ ଚିକିତ୍ସା ସୁବିଧା ଯୋଗେଇ ଦେଉଥିବା ବ୍ୟବସ୍ଥା ରହିଥିବା ବେଳେ ଏହି ଯୋଜନାରେ ମୋହନା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଡା. ଗୋପାଳ କୃର୍ଷ୍ଣ ସାହୁ ଓ ତାଙ୍କ ଟିମ ଅହରହ ଉଦ୍ୟମରେ ଦୁର୍ଗମାଞ୍ଚଳର ରୋଗୀ ଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇଆସୁଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ତାଙ୍କ ଟିମ କୁ ସାଧୁବାଦ ର ସୁଅ ଛୁଟିଛି । ଗତ ସୋମବାର ଦିନ ମଳାସପଦର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେଉଥିୁବା ବେଳେ ସେଠାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ମାଗଣା ସ୍ବାସ୍ଥ୍ୟ ଶିବିର କରାଯାଇଥିଲା । ଏହି ଶିବିରରେ ପ୍ରବଳ ଭିଡ ସତ୍ତ୍ବେ ଡା. ଗାପାଳ କୃଷ୍ଣ ସାହୁ ଙ୍କ ପ୍ରତକ୍ଷ ତତ୍ତ୍ବାବଧନାରେ ଭାମ୍ୟମାଣ ଟିମ ସର୍ବାଧିକ ୨୫୮ ରୋଗି ଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ରେ ସଫଳତା ହାସଲ କରିପାରିଥିଲେ । ଏଥି ସହ ବିଭିନ୍ନ ଅଞ୍ଚଳରୁ ଆସିଥିବା ରୋଗୀ ଙ୍କ ପରିକ୍ଷା ପରେ ମ୍ୟାଲେରିଆ ନଥିବା ରିପୋର୍ଟ ଜଣାପ଼ଡିଥିଲା । କର୍ଯ୍ୟକ୍ରମରେ ଶେଷରେ ଉଭୟ ଜିଲ୍ଲାପାଳ ଅନୁପମ ସାହା ଓ ଗଜପତି ଏସ ପି ସାରା ଶର୍ମା ଶିବିର କୁ ପରିଦର୍ଶନ କରିବା ଉତ୍ତମ ରୋଗୀ ସେବା ଯୋଗେଇଥିବା ଦେଖି ଉତ୍କୃଷ୍ଣ ଜନକ କାର୍ଯ୍ୟ ବୋଲି ଜିଲ୍ଲାପାଳ ଲେଖିଥିବା ବେଳେ ଗଜପତି ଏସପିସି ଏହା ଭଲ ପାରଦର୍ଶିତା ବୋଲି ଲେଖିଥିଲେ । ଯାହାକୁ ନେଇ ସ୍ବାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀ ମାନେ ଦେଖି ପରଷ୍ପର ସୁବେତ୍ସା ବାର୍ତ୍ତା ଦେବା ସହ ଏହା ଆମ କୁ ଅଧିକ କାମ ପାଇଁ ଉତ୍ସାହ ବୋଲି ପ୍ରକାଶ କରିଥିଲେ । ଏହି ଭ୍ରାମ୍ୟମାଣ ଚିକିତ୍ସା ଟିମ ମୋହନା ର କୋଣ ଅନୁକୋଣ ଗ୍ରାମକୁ ଯାଇ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ସହ ଲୋକଙ୍କୁ ରୋଗ ଠୁ ଦୁରେଇ ରହିବାକୁ ବିଭିନ୍ନ ଉପୁଦେଶ ଦେଇଆସୁଛନ୍ତି । ଯାହାକୁ ନେଇ ଏହି ଟିମ ଏବେ ଚର୍ଚ୍ଚାରେ ।


