ପ୍ରଭାସଙ୍କ ରାଗ

ନିକଟରେ ଏକ ସାକ୍ଷାତକାରରେ ଅଭିନେତା ପ୍ରଭାସ ‘ବାହୁବଳୀ’ ଚଳଚ୍ଚିତ୍ର ସୁଟିଂ ସମୟର କେତୋଟି ଘଟଣା କହିଛନ୍ତି । ବାହୁବଳୀର ପ୍ରଥମ ଭାଗ ମୁକ୍ତିଲାଭ ଦିନର ଘଟଣା । ସେହିଦିନ ପ୍ରଭାସ, ରାଣା ଡଗୁବତୀ ଓ ନିର୍ଦ୍ଦେଶକ ରାଜମୌଲୀ ତିନିହେଁ ଦିଲ୍ଲୀରେ ଥିଲେ । ପ୍ରଭାସ କହିଛନ୍ତି ତାଙ୍କ ଅଭିନୀତ ଯେ କୌଣସି ଚଳଚ୍ଚିତ୍ରର ମୁକ୍ତିଲାଭ ଦିନ ସେ ଖୁବ୍‌ ଅସ୍ତବ୍ୟସ୍ତ ହୋଇପଡ଼ନ୍ତି । ବାହୁବଳୀ ମୁକ୍ତିଲାଭ ସମୟରେ ମଧ୍ୟ ସେଇ ସମାନ ଅନୁଭୂତି ଥିଲା । ଏଣୁ ନିର୍ଦ୍ଦେଶକ ରାଜମୌଲୀ ପରାମର୍ଶ ଦେଇଥିଲେ ଯେ ଯଦି ଚଳଚ୍ଚିତ୍ର ଫ୍ଲପ ହେଲା ତେବେ ସେ ମଧ୍ୟ ଆମ ସାଥୀରେ ରହିବ । ଏକୁଟିଆ ମନସ୍ତାପ କରିବା ପରିବର୍ତ୍ତେ ବରଂ ସାଥୀ ହୋଇ ଦୁଃଖ ବାଣ୍ଟିବା । ଯଦି ହିଟ୍ ହେଲା, ସେଭଳି ସ୍ଥିତିରେ ସମସ୍ତେ ପଞ୍ଚତାରକାରେ ପାର୍ଟି କରିବା । ମୁକ୍ତିଲାଭ ଦିନ ପ୍ରଭାସ ଅନ୍ୟମାନଙ୍କ ଫୋନ ଅପେକ୍ଷାରେ ଥାନ୍ତି । ପ୍ରଥମ ଦିନ କିନ୍ତୁ ତାମିଲ ସିନେ ପ୍ରଶଂସକ ଚଳଚ୍ଚିତ୍ରକୁ ଆଦୌ ପସନ୍ଦ କରିନଥିଲେ । ପ୍ରଭାସ କୌଣସି ସୂତ୍ରରୁ ଏଇ ଖବର ପାଇ ତୁରନ୍ତ ଫୋନ ଅଫ କରି ଦେଇ କକ୍ଷରେ ପୂରା ଦିନ ରହିଲେ । ତହିଁ ଆରଦିନ ରାଜମୌଲୀ ନିଜେ ଆସି ପ୍ରଭାସଙ୍କୁ ଚଳଚ୍ଚିତ୍ର ହିଟ୍ ସ୍ଥିତି ଅବଗତ କରାଇଥିଲେ । ସେଦିନ ନିଜ ରାଗ ଉପରେ ନିୟନ୍ତ୍ରଣ ରଖିପାରିନଥିବାରୁ ପ୍ରଭାସ ମଧ୍ୟ ଲଜ୍ଜିତ ଅନୁଭବ କରିଥିବାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ