ବଜରଙ୍ଗ ଦଳ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ଅଖଣ୍ଡ ଭାରତ ସଂକଳ୍ପ ଦିବସ ଓ ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ବନ୍ତ ପ୍ରଖଣ୍ଡ ସରମରା ଶିବ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡାଙ୍କ ଆହ୍ୱାନ କ୍ରମେ ବନ୍ତ ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ମୃତ୍ୟୁଞ୍ଜୟ ସୁତାର, ସହ ସଂଯୋଜକ ସୁରଜ ଗୋସ୍ୱାମୀଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବନ୍ତ ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରିୟ ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ପତଞ୍ଜଳୀ କରଶର୍ମା ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ସଂଘ ପରିବାର ସଦସ୍ୟ ବାମଦେବ ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ