ବଜାରରେ ଗାଲାକ୍ସ ଏମ୍ ୪ଠ
ନୂଆଦଲ୍ଲୀ, (ଏଜେନ୍ସି): ସାମ୍ସଙ୍ଗ ଇଣ୍ଡିଆ, ଦେଶର ସବୁଠାରୁ ବିଶ୍ୱସନୀୟ ଗ୍ରାହକ ଇଲେକ୍ଟ୍ରେନିକ୍ସ ଓ ମୋବାଇଲ ବ୍ରାଣ୍ଡ ଗାଲାକ୍ସି ଏମ୍୪୦ ର ଶୁଭାରମ୍ଭ କରିଛି । ଏହା ହେଉଛି ଲୋକପ୍ରିୟ ଗାଲାକ୍ସି ଏମ୍ ସିରିଜ୍ର ଚତୁର୍ଥ ସ୍ମାର୍ଟଫୋନ୍ । ଏହାକୁ ଟେକ୍ସାଭି ଲୋକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଗାଲାକ୍ସି ଏମ୍୪୦ରେ ୬.୩ଇଞ୍ଚ ଏଫ୍ଏଚ୍ଡି ସହିତ ଇନ୍ଫିନିଟି ଓ ଡିସ୍ପ୍ଲେ, ପାୱାରଫୁଲ୍ ସ୍ନାପ୍ଡ୍ରାଗନ୍ ୬୭୫ ଅକ୍ଟା-କୋର୍ ପ୍ରୋସେସର ଓ ଟ୍ରିପଲ୍ ରିୟର କ୍ୟାମେରା ରହିଛି । ଗାଲାକ୍ସି ଏମ୍୧୦, ଏମ୍୨୦ ଓ ଏମ୍୩୦ ସ୍ମାର୍ଟଫୋନ୍ର ଲୋକପ୍ରିୟତା ତଥା ସଫଳତା ପରେ ଗାଲାକ୍ସ ଏମ୍୪୦ର ଶୁଭାରମ୍ଭ କରାଯାଇଛି । “ସାମ୍ସଙ୍ଗ ଗାଲାକ୍ସି ଏମ୍ ସ୍ମାର୍ଟଫୋନ୍ ଭାରତରେ ଅଭୂତପୂର୍ବ ସଫଳତା ଲାଭ କରିଛି । ଗାଲାକ୍ସି ଏମ୍ ସିରିଜକୁ ଭାରତରେ ପରିକଳ୍ପନା କରାଯାଇଛି । ସାମ୍୍ସଙ୍ଗ ଏମ୍ ସିରିଜ୍ ଏମ୍୧୦, ଏମ୍୨୦, ଓ ଏମ୍୩୦ ପ୍ରଥମ ତ୍ରୈମାସରେ ସବୁଠାରୁ ବୃହତ୍ ଶୁଭାରମ୍ଭ ଥିଲା । ଏହା ଆମାଜନ୍.ଇନ୍ରେ ଗ୍ରାହକମାନଙ୍କ ଦ୍ୱାରା ଉଲ୍ଲେଖନୀୟ ଆଦୃତି ଲାଭ କରିଥିଲା । ଏମ୍୪୦ ଏହାର ପୂର୍ବ ମଡ଼େଲ୍ ପରି ସର୍ବୋତମ ବୈଶିଷ୍ଟ୍ୟ ତଥା ପ୍ରିମିୟମ ଅନୁଭୂତି ପ୍ରଦାନ କରିଥାଏ । ଗାଲାକ୍ସି ଏମ୍୪୦ରେ ୭.୯ ମିମି ସ୍ଲିକ୍ ଡିଭାଇସ୍ ରହିଥିବା ବେଳେ ଏହାର ଓଜନ ୧୬୮ ଗ୍ରାମ ତଥା ରହିଛି । ଏଥିରେ ଗରିଲା ଗ୍ଲାସ୍ ୩ ରହିଛି । ଗାଲାକ୍ସି ଏମ୍୪୦ରେ ସ୍ନାପ୍ଡ୍ରାଗନ୍ ୬୭୫ ଅକ୍ଟା କୋର୍ ପ୍ରୋସେସର ରହିଛି । ଗାଲାକ୍ସି ଏମ୍୪୦ ର ଟ୍ରିପଲ୍ କ୍ୟାମେରା ସେଟ୍ଅପ୍ରେ ୩୨ ଏମ୍ପି ମେନ୍ କ୍ୟାମେରା ଏଆଇ ସିନ୍ ଅପ୍ଟିମାଇଜର ତଥା ଏଫ୍ ୧.୭ ଆର୍ପେଚର ରହିଛି । ଏଥିରେ ୫ ଏମ୍ପି ଡେପ୍ଥ କ୍ୟାମେରା ଓ ଅଲ୍ଟ୍ରା-ୱାଇଡ୍ ୮ ଏମ୍ପି କ୍ୟାମେରା ରହିଥିବା ବେଳେ ୩୫୦୦ ଏମ୍ଏଏଚ୍ ବ୍ୟାଟେରି ଓ ୧୫ ଡବ୍ଲ୍ୟୁ ୟୁଏସ୍ବି ଟାଇପ୍ ସି ଫାଷ୍ଟ ଚାର୍ଜିଂ ବୈଶିଷ୍ଟ୍ୟ ରହିଛି । ଗାଲାକ୍ସି ଏମ୍୪୦ର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି । ଏହା ଜୁନ୍ ୧୮ରେ ବଜାରକୁ ଆସିବ । ଗାଲାକ୍ସି ଏମ୍୪୦ ଗ୍ରାହକମାନେ ଜିଓ ୪ଜିରେ ୧୯୮ ଓ ୨୯୯ ଟଙ୍କିଆ ପ୍ଲାନ୍ରେ ଡବଲ୍ ଡାଟା ପାଇପାରିବେ । ଏହି ସ୍ୱତନ୍ତ୍ର ଅଫର ୧୯୮ ରିଚାର୍ଜରେ ମିଳିବ ।