ବଜାଜ ଆଲିୟାନ୍ସ ରିନ୍ୟୁଆଲ ସର୍ଭିସ ଭ୍ୟାନ ଉଦ୍ଘାଟିତ

ଭଦ୍ରକ,(ଜୁଗାବ୍ଦ ନ୍ୟୁଜ୍‍): ଭଦ୍ରକ ସହରରେ ବିୀମାଧାରୀଙ୍କ ପାଇଁ ବଜାଜ ଆଲିୟାନ୍ସ ଲାଇଫ୍ ଇନସୁରାନ୍ସ କମ୍ପାନୀର ରିନ୍ୟୁଆଲ ସର୍ଭିସ ଭ୍ୟାନ୍ ଉଦଘାଟିତ ହୋଇଛି । ଏହାକୁ ଧାମନଗର ବିଧାୟକ ବିଷ୍ଣୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଫନି ବାତ୍ୟାରେ ପ୍ରଭାବିତ ବିମାଧାରୀଙ୍କ ପାଇଁ କମ୍ପାନୀ ପକ୍ଷରୁ ଏହି ଭ୍ୟାନ୍ ଉପଲବ୍ଧ କରାଯାଇଛି । ବୀମାଧାରୀଙ୍କ ଉନ୍ନତ ସୁବିଧା ନବୀକରଣ ଉପରେ ସୁଧ ଛାଡ଼ ଓ ଅନ୍ୟାନ୍ୟ ସେବାକୁ ମଧ୍ୟ ଏଥିରେ ଉପଲବ୍ଧ କରାଯାଇଛି । ସହରର ବିଭିନ୍ନ ଛକମାନଙ୍କରେ ଏହି ଭ୍ୟାନ ବୀମାଧାରୀଙ୍କୁ ସେବା ଯୋଗାଇବ । ଉକ୍ତ ଭ୍ୟାନ୍ ସେବାର ଉଦ୍ଘାଟନ ଅବସରରେ କମ୍ପାନୀର ସିନୟର ରିଜିଓନାଲ ନିର୍ମଳ ବେହରା, ଡ଼ିଭିଜନାଲ ଅପରେସନ ମ୍ୟାନେଜର ଗଣେଶ ମିଶ୍ର, ବରିଷ୍ଠ ରାଜ୍ୟ ଶାଖା ପ୍ରବନ୍ଧକ ଶ୍ରିନିବାସ ରାଓ, ବିକ୍ରମ ଖୁଣ୍ଟିଆଙ୍କ ସମେତ କମ୍ପାନୀର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥତ ଥିଲେ । ନିକଟରେ ସାହାରାଶ୍ରୀ, ସୁବ୍ରତ୍ ରୟ ଉତ୍ତର ପ୍ରଦେଶର ମାନ୍ୟବର ରାଜ୍ୟପାଳ, ରାମ ନାୟକଙ୍କ ସହ ସାକ୍ଷାତକରି ଉତ୍ତର ପ୍ରଦେଶର ବିକାଶ ଉପରେ ଆଲୋଚନା କରିଛନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ