ବଜ୍ରପାତରେ ଜଣେ ମୃତ ଓ ଜଣେ ଗୁରୁତର
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଆଉସା ଗାଁରେ ଅଘଟଣ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ଆଉସା ଗ୍ରାମର ଯୋଗେନ୍ଦ୍ର ବେହେରା ଏବଂ ଗୁରୁତର ଜଣଙ୍କ ହେଉଛି ସେହି ଗ୍ରାମର ରୀତା ରାଣୀ ଜେନା ।