ତପ୍ତପାଣି ଘାଟିରେ ଟ୍ରକ ଦୁର୍ଘଟଣା: ଅଳ୍ପକେ ବର୍ତିଲେ ଡ୍ରାଇଭର ହେଲ୍ପର

ମୋହନା( ଓ୍ବାଇଏନଏସ): ପୁଣି ଗଜପତି – ଗଞ୍ଜାମ ସୀମାନ୍ତ ତପ୍ତପାଣି ଘାଟିରେ ବଡ଼ ଦୁର୍ଘଟଣା । ଘାଟିର ପ୍ରାୟ 20 ଫୁଟ ତଳକୁ ଖସିଲା ପେପର ବୋଝେଇ ଟ୍ରକ । ତେବେ ଏହି ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଡ୍ରାଇଭର ଓ ହେଲ୍ପର । ଅପରାହ୍ନ ପ୍ରାୟ 4 ଟାରେ ଏକ ପେପର ବୋଝଇ ଟ୍ରକ ରାୟଗଡା ରୁ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ଘାଟି ମଧ୍ୟରେ ଥିବା ଜକରlପଲି ନିକଟରେ ଭାରସାମ୍ୟ ହରାଇ ଟ୍ରକ ଟି ରାସ୍ତା କଡ଼କୁ ପ୍ରାୟ 20 ପୁଟ ତଳକୁ ଖସିବା ସହ ବିଲ ମଧ୍ୟରେ ଓଲଟି ପଡିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟ୍ରକ ର ଚେସିସ ଓ ବଡି ଅଲଗା ହୋଇଯାଇଛି । ଉଭୟ ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ପୋଡାମାରି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ